Pratidin TV

Odisha's Digital News Platform

ଗ୍ରାମକୁ ନାହିଁ ରାସ୍ତା : ଭାରରେ ବୁହାହୋଇ ଗଲେ ରୋଗୀ

1 min read

ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୫ ତମ ଦିବସ ପାଳନ କରୁଛି । କିନ୍ତୁ ଆଜି ବି ରାଜ୍ୟର ଅନେକ ସ୍ଥାନରେ ଲୋକେ ଏକପ୍ରକାରର ୨୦୦ ବର୍ଷତଳର ଜୀବନଯାପନ କରୁଛନ୍ତି । ପ୍ରାୟ ଏକମାସ ପୂର୍ବରୁ ଦେଶ ତଥା ରାଜ୍ୟରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରି ନିଜ ଦେଶର ଉନ୍ନତି ଓ ଏକତ୍ରତାକୁ ପ୍ରମାଣ କରିବାରେ ଲାଗିଛି । କିନ୍ତୁ କେହିବି ଦେଶରୁ ଗରିବି ,ରାସ୍ତା ପାଇଁ ,ଖାଦ୍ୟ ପାଇଁ ଅବହେଳିତ ଲୋକଙ୍କ ସମସ୍ୟାକୁ ଦୂର କରିବାକୁ ଚିନ୍ତାକରିନାହନ୍ତି ।
ତେବେ ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ରାସ୍ତାର ସୁବିଧା ନାହିଁ । ଏନେଇ ଗ୍ରାମବାସୀ ନାହିଁ ନଥିବା ହଇରାଣର ସମ୍ମୁଖିନ ହେଉଛନ୍ତି । ସେହିଭଳି କୋରାପୁଟର ଜିଲ୍ଲା ନନ୍ଦପୁର ବ୍ଲକର ଗୋଡିପୁଟ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଅବହେଳିତ ଦୃଶ୍ୟ । ଗାଁକୁ ରାସ୍ତା ନଥିବା ଯୋଗୁ ପାଖରେ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ ଫଳରେ ରୋଗୀକୁ ପ୍ରାୟ ଦେଢକିଲୋମିଟର ଭାରାରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ ଗ୍ରାମବାସୀ ।


ସୂଚନା ଅନୁଯାୟୀ ଗୋଡିପୁଟ ଗାଁର ସମରା ଶୀଶା ନାମକ ଜଣେ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ । ତାଙ୍କୁ ଚିକିତ୍ସାଳୟ ନେବା ନିମନ୍ତେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଉକ୍ତ ଗାଁକୁ ରାସ୍ତା ନଥିବା ଯୋଗୁ ଆମ୍ବୁଲାନ୍ସଟି ଗ୍ରାମଠୁ ପ୍ରାୟ ଦେଢକିଲୋମିଟର ଦୂରରେ ରହିଯାଇଥିଲା । ଏନେଇ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ପରିବାରକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ ।ପରିବାର ଲୋକେ କିଛି ଗ୍ରାମ ବାସୀଙ୍କ ସାହାର୍ଯ୍ୟରେ ୨ଖଣ୍ଡ ବାଉଁସରେ ଭାରା କରି ସେଥିରେ ରୋଗୀକୁ ଦେଢକିଲୋମିଟର ଯାଏ ବୁହାଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ । ଏହାପରେ ଆମ୍ବୁଲାନ୍ସ ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇଥିଲା ।

Advertisement


କିଭଳି ସୋଚନୀୟ ପରିସ୍ଥିତିରେ ଗ୍ରାମବାସୀ ଉକ୍ତ ରାସ୍ତା ଦେଇ ସମସ୍ତ କାମ କରୁଛନ୍ତି । ଗାଁର ଛାତ୍ରଛାତ୍ରୀ ମାନେ ପ୍ରାୟ ୫ କିଲୋମିଟର କାଦୁଅ ନଦୀ ନାଳ ରାସ୍ତା ଦେଇ ବିଦ୍ୟାଳୟକୁ ପାଠପଢିବାକୁ ଯାଇଥାନ୍ତି । ଏହାପରେ ମଧ୍ୟ ବର୍ଷା ଦିନେ ଉକ୍ତ ରାସ୍ତାରେ ନାଳର ପାଣି ଚାଲେ ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ସେହି ବାଟରେ ଏକ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ପ୍ରଶାସନ ଆଗରେ ଅଭି÷ଯାଗ ଆଣିଥିଲେ । କିନ୍ତୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ଏଯାଏଁ କୌଣସି ପ୍ରକାରର ପଦକ୍ଷେପ ନିଆଯାଉନାହିଁ ।

Leave a Reply

Your email address will not be published. Required fields are marked *