Pratidin TV

Odisha's Digital News Platform

ଏବେ ସାବାଡ ହେବେ ରୋଡ ରୋମିଓ…..କମେଣ୍ଟ କଲେ ଟେକି ନେବ ପୋଲିସ

1 min read

ରାସ୍ତାରେ କମେନ୍ଟ ପାସ କରିବା ଟିଜ କରିବା ଏହା ସାଧରଣ କଥା ହୋଇଗଲାଣି | ମହିଳାଙ୍କ ସହ ଏହା ହେବାସାଧାରଣ ହୋଇଗଲାଣି | ଏହା ଉପରେ କୌଣସି ପ୍ରକାର ଏକ୍ସନ ନିଅନ୍ତିନି ମହିଳା କିମ୍ବା ଝିଅମାନେ | ସ୍କୁଲ ଛାତ୍ରୀ ହେଉ କିମ୍ବା ମହିଳା କର୍ମଚାରୀ ହୁଅନ୍ତୁ ସମସ୍ତେ ଏହାର ଶିକାର ହୋଇଛନ୍ତି | ଶିକାର ହେବ ପରେ ମଧ୍ୟ କୌଣସି ପ୍ରକାର ମଧ୍ୟ ସଭିଯୋଗ କରିନଥାନ୍ତି | ଲାରରଣ ପ୍ରଥମ ଥାଏ ପୋଲିସ ଥାନାକୁ ଗଲେ ବହୁତ ପ୍ରଶ୍ନ ଉଠିବ, ନାଁ ମଧ୍ୟ ଖରାପ ହେବ, କିମ୍ବା ଦୃଢ ମନୋଭାବ ମଧ୍ୟ କମିଯାଏ | ସେଥିଯୋଗ ମହିଳା କିମ୍ବା ଝିଅମାନେ ରହିଯାଇଥାନ୍ତି ଚୁପ | ତେବେ ଏପରି ଘଟଣାର ଶିକାର ହେଉଥିବା ପୀଡିତାମାନଙ୍କ ପାଇଁ ରାଜଧାନୀ ପୋଲିସ ତଥା କମିସନରେଟ ପୋଲିସ ତରଫରୁ ସ୍ପେସିଆଲ ୟୁନିଟ ଆଣିଛି ହର ଟିମ | ଯେଉଁଥିରେ ଯୋଗାଯୋଗ କରିବା ପରେ ସଙ୍ଗେ ସଙ୍ଗେ ପୀଡିତା ମହିଳାଙ୍କ ପାଖରେ ପହଞ୍ଚିବ ସେହି ସ୍ପେସିଆଲ ପୋଲିସ ଟିମ | ଯେଉଁମାନେ ଅଭିଯୁକ୍ତ ଥିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ପୋଲିସ | ତେବେ ଏହା ପାଇଁ ପୋଲିସ ଟିମ ୧୧୨/୬୩୭୨୫004000 ନମ୍ବର ଜାରି କରିଛି ଯାହା ଯୋଗାଯୋଗରେ ଏହି ସ୍ପେସିଆଲ ଟିମ ଯାଇ ଘଟଣାସ୍ଥଳରେ ପହଞ୍ଚିବ | ଏହି ସୁବିଧା 24/7 ମିଳିବ |

ତେବେ ଏହି ସ୍ପେସିଆଲ ଟିମର ମୁଖ୍ୟ ଦାୟିତ୍ୱ ନେଇଛନ୍ତି ଏସିପି ଅଞ୍ଜନା ଟୁଡୁ | କମିଶନରେଟ ପୋଲିସ ତରଫରୁ ଡିସିପି ଭୁବନେଶ୍ୱର ରପିଟିଙ୍ଗ ତତ୍ତ୍ୱାବଧାନରେ HER TEAM ଗଠନ କରାଯାଇଛି | ଯେଉଁ ନାଁ ର ଅର୍ଥ ହେଲା HIGH EFFICIENCY RESPONSE TEAM | ଏହି ଟିମରେ ପୋଲିସ ଅଫିସର ଏବଂ ଅଲଗା ଟିମ ମେମ୍ବର ଅଛନ୍ତି |

Advertisement

କୌଣସି ମାଧ୍ୟମରେ ଯଦି କୌଣସି କେସ କିମ୍ବା ଅଭିଯୋଗ ଆସେ ତେବେ ଏହି ସ୍ପେସିଆଲ ଟିମ ପହଞ୍ଚି ରେସକ୍ୟୁ କରିବ |ଏବଂ ଅଭିଯୁକ୍ତ ନା ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ତେବେ ସବୁଠୁ ଭଲ ଜିନିଷ ହେଉଛି ଏହି ଅଭିଯୋଗ ପରେ ମହିଳାଙ୍କ ନାଁ ହେବନି ରେଭିଲ | ତେବେ ଏହା କେବଳ ସେମାଙ୍କ ପାଇଁ ଯେଉମାନେ ରରାସ୍ତା କଡରେ ଗୀତ ଗୁଛନ୍ତି, ଖରାପ କମେଣ୍ଟ ପାସ କରୁଛନ୍ତି, ଖରାପ ଇଙ୍ଗିତ କିମ୍ବା ଖରାପ ଅସଦାଚରଣ କରୁଛନ୍ତି ଯାହା ମହିଳାଙ୍କୁ ଅସୁରକ୍ଷିତ ଅନୁଭବ ହେଉଛି ସେଠାରେ ଏହି ଟିମ ନେବା ଏକ୍ସନ |

Leave a Reply

Your email address will not be published. Required fields are marked *