Pratidin TV

Odisha's Digital News Platform

ଦିନ ଦ୍ୱିପହରରେ ମହିଳାଙ୍କଠୁ ଦୁର୍ବୃତ୍ତ ଝାମ୍ପିନେଲେ ଟଙ୍କା ଭର୍ତ୍ତି ବ୍ୟାଗ , ଥାନାରେ ଦ୍ୱାରସ୍ଥ ..

1 min read

ଲୁଟେରାଙ୍କୁ ନାହିଁ ପୋଲିସ ଭୟ । ଦିନ ଦ୍ୱିପହରରେ ଲୋକଙ୍କ ଆଖି ଆଗରେ କରୁଛନ୍ତି ଲୁଟ୍ । ଦିନ ଦ୍ୱିପ୍ରହର ମହିଳାଙ୍କ ଠୁ ୧ଲକ୍ଷ ଟଙ୍କା ଛଡାଇ ନେଲା ଲୁଟେରା । ମହିଳା ଜଣଙ୍କ ରାସ୍ତାରେ ଯାଉଥିବା ବେଳେ ସୁଯୋଗ ଦେଖି ମହିଳାଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେଇଛନ୍ତି ଲୁଟେରା । ଜଳେଶ୍ୱର ଚନ୍ଦନା ନିକଟରେ ଜଣେ ଦୁର୍ବୃତ୍ତ ଆସି ମହିଳାଙ୍କ ଟଙ୍କା ବ୍ୟାଗ ଛଡାଇ ନେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି

। ଜମି କିଣିବା ପାଇଁ ଜଳେଶ୍ୱର ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ସାଇକେଲରେ ପୁତୁରା ସାଙ୍ଗରେ ଘରକୁ ଫେରୁଥିବା ବେଳେ ଏକ କଳା ବାଇକ ରେ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇ ଚମ୍ପଟ ମାରିଥିଲେ । ତେବେ ଲୁଟରେ ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ରାଇବଣିଆ ଥାନା ଅନ୍ତର୍ଗତ ଡି ପି ପୁର ଗ୍ରାମର ମଂଜୁଲତା ପାଳ । ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ସେ ଲୁଟର ଶିକାର ହୋଇଛନ୍ତି । ତେବେ ମହିଳା ଜଳେଶ୍ୱର ଥାନାରେ ଅଭିଯୋଗ ପରେ ଘଟଣା ଅଧିକ ତଦନ୍ତ କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *