Pratidin TV

Odisha's Digital News Platform

ଆସିଲେ ଗୁଳି କଲେ , ଲୁଟିନେଲେ ଟଙ୍କା ଆଉ ଗହଣା…

ଆସିଲେ ଗୁଳି କରି ଲୁଟିନେଲେ ଟଙ୍କା ଆଉ ଗହଣା । ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ପାଖରୁ ଲୁଟିନେଲେ ୩ ଲକ୍ଷ ଟଙ୍କାର ଗହଣା ଓ ନଗଦ ୧ ଲକ୍ଷ ଟଙ୍କା । ଦୁର୍ବୁତ୍ତଙ୍କ ଗୁଳି ମାଡରେ ବ୍ୟବସାୟୀ ଜଣକ ଗୁରୁତର ଥିବା କଥା ଜଣାପଡିଛି । ସୂଚନା ଅନୁଯାୟୀ, ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ନିକଟରେ ଦୁଇ ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିଲେ ।

ତେବେ ଏହି ବ୍ୟବସାୟୀ ବାଇକରେ କଟକରୁ ଅନୁଗୁଳ ଖଲାରି ଯାଉଥିଲେ । ଏହି ସମୟରେ ୨ ଦୁର୍ବୁତ୍ତ ପିଛା କରି ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ସେହି ଦୁର୍ବୁତ୍ତ ବାଇକ ଅଟକାଇ ବ୍ୟବସାୟୀଙ୍କ ଠାରୁ ଗହଣା ନେଇ ଫେରାର ହୋଇଯାଇଥିଲେ । ତେବେ ଗୁରୁତର ବ୍ୟବସାୟୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ରାସୋଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *