Pratidin TV

Odisha's Digital News Platform

ସାବାଧାନ ମାତିଛନ୍ତି ଚଡି ଗ୍ୟାଙ୍ଗ , ଚଡି ପିନ୍ଧି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ..

1 min read

ସାବଧାନ ଏବେ ମାତିଛନ୍ତି ଚଡି ପିନ୍ଧା ଲୁଟେରା । ଚଡି ପିନ୍ଧି କରୁଛନ୍ତି ଲୁଟ୍ । ଯାହାର ଭିଡିଓ ଏବେ ସିସିଟିଭି ରେ କଏଦ ହୋଇଛି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ । ରାତି ଅଧରେ ଚଡି ପିନ୍ଧି ସ୍କୁଲରେ ପସି ଲୁଟ କରିଛନ୍ତି ଲୁଟେରା । ସ୍କୁଲରୁ ପ୍ରାୟ ୭ ଲକ୍ଷ ୮୫ ହଜାର ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ସ୍କୁଲରେ ଲାଗିଥିବା ସିସିଟିଭି କ୍ୟାମେରାରରେ ହିଁ ଭିଡିଓ ରେକର୍ଡ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ପୋଲିସର କହିବା ଅନୁସାରେ, ଚଡି ପିନ୍ଧି ଦୁଇଜଣ ଚୋର ଶନିବାର ଅଧରାତିରେ ଏକ ସ୍କୁଲରୁ ଚୋରି କରିଥିଲେ ।ଚୋରମାନେ ହାଇଦ୍ରାବାଦର ମିଆପୁରରେ ଅବସ୍ଥିତ ୱାର୍ଲ୍ଡ ୱାନ ସ୍କୁଲକୁ ଟାର୍ଗେଟ କରିଥିଲେ ।

ରାତିରେ ଚଡି ପିନ୍ଧି ସ୍କୁଲ ପରିସରରେ ପ୍ରବେଶ କରିଥିବା ଦୁଇ ଚୋର ଲକ୍ଷ ଲକ୍ଷ ଟଙ୍କା ନଗଦ ଟଙ୍କା ନେଇ ଯାଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଦୁଇ ଜଣ ଚୋର ଚଡି ପିନ୍ଧି ସ୍କୁଲରେ ପଶି ଚୋରି କରୁଥିବା ନଜର ଆସିଛନ୍ତି । ଚୋରମାନେ ପୋଷାକ ନପିନ୍ଧି କେବଳ ଚଡି ପିନ୍ଧିଥିବାବେଳେ ଚେହେରା ଢାଙ୍କି ଥିଲେ ।ଚୋରିର ଏଭଳି ଘଟଣା ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ଘଟିଛି । ପ୍ରାୟ ଏକ ବର୍ଷ ପୂର୍ବେ ବିହାରର ରାଜଧାନୀ ପାଟନାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ।ଯେଉଁଥିରେ ‘ଚଡି-ଭେଷ୍ଟ’ ଗ୍ୟାଙ୍ଗ ଏକ ଇଲେକ୍ଟ୍ରୋନିକ ଦୋକାନକୁ ଟାର୍ଗେଟ କରିଥିଲା । ଚୋରମାନେ ଦୋକାନରେ ପ୍ରବେଶ କରି କାଉଣ୍ଟରରୁ ୨ ଲକ୍ଷ ଟଙ୍କା ଚୋରି କରିଥିଲେ । ଦୋକାନରେ ଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଥିଲା ।

Leave a Reply

Your email address will not be published. Required fields are marked *