Pratidin TV

Odisha's Digital News Platform

ବନ୍ଧୁକ ମୁନରେ ସୁନା ମାଲିକଙ୍କ ଠାରୁ ଲୁଟ୍ ।

1 min read

ବାଲେଶ୍ୱର ; ବନ୍ଧୁକ ମୁନ ରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ର ସୂନା ଗହଣା ଏବଂ ନଗଦ ଟଙ୍କା । ଦୋକାନ ବନ୍ଦ କରି ବାଇକ ରେ ଘରକୁ ଫେରୁଥିବା ବେଳେ ଗହଣା ଦୋକାନୀ ଙ୍କୁ ଆକ୍ରମଣ କରିବା ସହ ମୁଣ୍ତ ରେ ବନ୍ଧୁକ ଲଗାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଲେ ଦୁର୍ବୁର୍ତ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମୁରିଆ ମାର୍କେଟ ରୁ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହୋଇଛି ଲୁଟ।

ସୂଚନା ଅନୁଯାୟୀ ଜଳେଶ୍ବର ଥାନା ନାମ୍ପୋ ଫାଣ୍ତି ଅନ୍ତର୍ଗତ ସମ୍ପତିଆ ଗ୍ରାମର ଘନଶ୍ୟାମ କାମିଳା ଙ୍କ ତେମୁରିଆ ମାର୍କେଟ ରେ ମିନତୀ ଜୁଏଲାର୍ସ ନାମରେ ଏକ ଗହଣା ରହିଛି। ସବୁଦିନ ଭଳି ସେ ଆଜି ଦୋକାନ ବନ୍ଦ କରି ବାଇକ ରେ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତା ରେ ୩ ଜଣ ଦୁର୍ବୁର୍ତ୍ତ ଗାଡି ଅଟକାଇବା ସହ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରି ତାଙ୍କ ମୁଣ୍ତ ରେ ବନ୍ଧୁକ ଲଗାଇ ଭୟଭୀତ କରାଇ ଗହଣା ଏବଂ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଏକ କଳା ରଙ୍ଗ ର ଆପାଚି ବାଇକ ରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।

Advertisement

ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୁର୍ତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିବା ସହ ସନ୍ଦେହ ରେ ଜଣ କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *