ଟ୍ରମ୍ପଙ୍କୁ ୨୪ ସୁରକ୍ଷା ଦେବ ରୋବଟିକ ଡଗ ; ଶତ୍ରୁଙ୍କୁ ଦେଖିଲେ କରିବ ଆଲର୍ଟ
1 min readଟ୍ରମ୍ପଙ୍କ ସୁରକ୍ଷାରେ ରୋବଟିକ କୁକୁର | ଟ୍ରମ୍ପଙ୍କ ଚାରିପାଖରେ ବୁଲି ଶତ୍ରୁଙ୍କ ଉପରେ ରଖୁଛି ନଜର | ୨୪ ଘଣ୍ଟା ଦେଉଛି ସୁରକ୍ଷା | ଋଷ, ୟୁକ୍ରେନ, ଇରାନ,ଇରାକ, ଇସ୍ରାଏଲ ସମେତ ଅନେକ ଦେଶରେ ବିବଦ ଲାଗି ରହିଥିବା ସମୟରେ ଏହାକୁ ଦୃଷ୍ଟିରେ ରଖି ଆମେରିକାର ନଵ ନିର୍ବାଚିତ ରାଷ୍ଟ୍ରପତିଙ୍କ ସୁରକ୍ଷାବଳୟ ବଢାଯାଇଛି | ଏହାରି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଢାଯାଇଛି |
୨୪ ଘଣ୍ଟା ସୁରକ୍ଷା ଦେଉଥିବା ରୋବଟିକ କୁକୁର ଏବେ ଟ୍ରମ୍ପଙ୍କ ଆଖପାଖରେ ଘୁରିବୁଲୁଛି ଆଉ ଦେଉଛି କଡା ସୁରକ୍ଷା | ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ଏହି ରୋବଟିକ କୁକୁର ହେଉଛି ଏକ ସର୍ଭିଲାନ୍ସ ରୋବଟିକ କୁକୁର | ଯାହାର ଆଖି ସଦାବେଳେ ଶତ୍ରୁ ଉପରେ ରହିଥାଏ | ଏଥିରେ ନିୟୋଜିତ ରୋବଟିକ କୁକୁର ଏକ ରିମୋଟ କଣ୍ଟ୍ରୋଲ ସର୍ଭିଲାନ୍ସ ୟୁନିଟ | ଯେଉଁଥିରେ ଆଧୁନିକ ସେନ୍ସର, ଓ ଟେକ୍ନଲୋଜି ରହୁଛି, ଯେଉଁଥିରେ ଏହାର ତଦାରଖ କରାଯାଏ | କୁକୁର ସାଧାରଣତଃ ବଡ ପଦବିଧାରୀଙ୍କୁ ସୁରକ୍ଷା ଯୋଗାଇ ଥାଏ | ନେତାଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ପ୍ରତି ଘରେ ଘରେ ଜଗିଥାଏ କୁକୁର କିନ୍ତୁ ଏହି ରୋବଟିକ କୁକୁର ଚର୍ଚ୍ଚାକୁ ଆସିଛି | ଯେଉଁ କୁକୁର ସଙ୍ଗେ ସଙ୍ଗେ ଶତ୍ରୁକୁ ଦେଖିବା ପରେ ସେନ୍ସର ମାଧ୍ୟମରେ ଦେବ ସୂଚନା |