Pratidin TV

Odisha's Digital News Platform

ଆଖି ବି ଖାଇଯିବ ଧୋକା , ମନ୍ଦିରରେ ଧାର୍ମିକ ରୀତିନୀତି କରିବ ରୋବଟ ହାତୀ ..

1 min read

କାନ ହଲାଉଛି, ଲାଞ୍ଜ ହଲାଉଛି, ଶୁଣ୍ଢ ବି ଟେକୁଛି । ଖାଲି ଆକାରରେ ବିଶାଳ ନୁହେଁ, ଭାବଭଙ୍ଗୀରେ ବି ଅବିକଳ ଦନ୍ତା । ହେଲେ ତାହା ଅସଲି ହାତୀ ନୁହେଁ ଗୋଟାଏ ରୋବୋଟ ହାତୀ । ରୋବଟ ହାତୀର ନାଁ ଶ୍ରୀ ଶଙ୍କର ହରିହରନ୍ । ପାଖରୁ ଦେଖିଲେ ବି ଏହା ଯେ ଜୀବନ୍ତ ହାତୀ ନୁହେଁ, ତାହା ଜାଣିବା ମୁସ୍କିଲ । ତାମିଲନାଡୁ ନୀଳଗିରି ଜିଲ୍ଲାର ଶିବନ୍ ମନ୍ଦିରରେ ସ୍ଥାନ ପାଇଛି ଏଭଳି ଯାନ୍ତ୍ରିକ ହାତୀ । କିନ୍ତୁ ପ୍ରଶ୍ନ ଉଠୁଛି କାହିଁକି ? କଣ ଏହାର ଆବଶ୍ୟକତା ? ଏହି ରୋବର୍ଟ ହାତୀ ୧୧ ପୁଟ ଲମ୍ବା ୮୦୦ କିଲୋ ଓଜନ । ଏହାର ଦାମ୍ ୧୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ମନ୍ଦିରର ଏକ ଧାର୍ମିକ ଅନୁଷ୍ଠାନ ସମୟରେ ଏକ ସ୍ୱେଚ୍ଛାସେବୀ ସଂଗଠନ ‘ ଭଏସ୍ ଫର୍ ଏସିଆନ୍ ଏଲିଫ୍ୟାଣ୍ଟ ’ ନିକଟରେ ହତୀକୁ ଉପହାର ଭାବେ ମନ୍ଦିରକୁ ଦିଆଯାଇଛି ।

ଦକ୍ଷିଣ ଭାରତର ରାଜ୍ୟ କେରଳ ଓ ତାମିଲନାଡୁରେ ମନ୍ଦିରମାନଙ୍କରେ ବିିଭିନ୍ନ ଉତ୍ସବ ସମୟରେ ହାତୀକୁ ବ୍ୟବହାର କରାଯାଇଥାଏ । ସେଥିଲାଗି ମନ୍ଦିରରେ ହାତୀ ପୋଷାଯାଏ । ହେଲେ ସବୁବେଳେ ବନ୍ଧା ହୋଇ ରହୁଥିବା ଯୋଗୁ ହାତୀଗୁଡିକ ଉଗ୍ର ହୋଇପାରନ୍ତି । ଉତ୍ସବ ସମୟରେ ମୁକ୍ତି ପାଇବାକୁ ଦୌଡିବା ଆଶଙ୍କା ଥାଏ ଯାହାଫଳରେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ହାତୀ ମାନଙ୍କୁ ବନ୍ଦୀ ନରଖିବା ଏବଂ ଜୋରଜବରଦସ୍ତ ବିଭିନ୍ନ ପର୍ବରେ ପ୍ରଦର୍ଶନ ନକରିବା ଏବଂ ଶହ ଶହ ବର୍ଷର ପରଂପରା ମଧ୍ୟ ରକ୍ଷା ହୋଇପାରିବ, ସେଥିପାଇଁ ମନ୍ଦିରକୁ ରୋବଟ୍ ହାତୀ ଦାନ କରାଯାଇଛି । ଏହି ମେସିନ୍ ହାତୀ ବିଦ୍ୟୁତ ସାହାଯ୍ୟରେ କାନ, ଲାଞ୍ଜ. ପାଟି, ଆଖି, ମୁଣ୍ଡ ଓ ଶୁଣ୍ଢ ହଲାଇପାରେ । ଗୋଡ଼ ତଳେ ଚକ ଲାଗିଥିବାରୁ ଏହା ଚାଲିବା ଭଳି ମଧ୍ୟ ଦେଖାଯାଏ । ଏହି ରୋବଟିକ୍ ହାତୀକୁ ଦେଖିବାକୁ ମନ୍ଦିରରେ ଲୋକ ମାନଙ୍କର ଭିଡ ଲାଗିଛି । ଏହି ହାତୀ ପାଖରୁ ଲୋକେ ଆର୍ଶୀବାଦ ନେବା ସହ ସେଲ୍ପି ମଧ୍ୟ ଉଠାଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *