ବିଶ୍ବବିଦ୍ୟାଳୟ ଭିତରେ ବୁଲିଲା କୁମ୍ଭୀର , ଉଦ୍ଧାର କଲା ବନ ବିଭାଗ ..
1 min readରାସ୍ତାରେ ବୁଲୁଛି କୁମ୍ଭୀର । ଅନେକ ସମୟରେ ସହରକୁ ଜୀବଜନ୍ତୁ ପଶି ଆସିବା ଖବର ଦେଖିବାକୁ ମିଳେ। କେତେବେଳେ ବାଘ ତ ଆଉ କେତେବେଳେ ଭାଲୁ। ହେଲେ ଏବେ ବାଘ କି ଭାଲୁ ନୁହେଁ ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର।ସହର ଭିତରେ ବେଧଡକ ବୁଲୁଛି କୁମ୍ଭୀର। ସାଧାରଣ ଲୋକ ପରି ରାଜରାସ୍ତାରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗୁଜୁରାଟରେ ପ୍ରବଳ ବର୍ଷା ପରେ ଏବେ ରାସ୍ତାରେ ବୁଲୁଛି କୁମ୍ଭୀର । ଗୁଜୁରାଟ ରେ ପ୍ରବଳ ବର୍ଷା ପରେ ନଦୀରୁ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି । ସୂଚନାନୁଯାୟୀ ଗୁଜୁରାଟର ପ୍ରବଳ ବର୍ଷାରେ ମୃତ୍ୟସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ଆଲୋଚନା କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶୃତି ଦେଇିଛନ୍ତି। ହେଲେ ଏବେ ଅନେକ ଭିଡିଓ ଗୁଜୁରାଟ ବର୍ଷାକୁ ନେଇ ଭାଇରାଲ ହେବାରେ ଲାଗିଛି।ତେବେ ଏହାରି ମଧ୍ୟରେ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟ ଭିତରକୁ ପଶିଆସିଲା କୁମ୍ଭୀର। ଯାହାକୁ ଉଦ୍ଧାର କରିବାକୁ ବନବିଭାଗ ସହ ଏକ ଟ୍ରାକ୍ଟର ନିୟୋଜିତ ହୋଇଛି। ଜଳପ୍ରଳୟ ଭିତରେ ଏହି 12 ଫୁଟିଆ କୁମ୍ଭୀରକୁ ଦେଖି ସମସ୍ତେ ଛାନିଆ ହୋଇଯାଇଛନ୍ତି ।