Pratidin TV

Odisha's Digital News Platform

କାଠଯୋଡ଼ି ନଦୀରେ କୁମ୍ଭୀର , ସାବଧାନ କାଉଡିଆ ଭାଇ !

1 min read

କଟକ: କାଠଯୋଡ଼ି ନଦୀରେ କୁମ୍ଭୀର । କଟକ ନେତାଜୀ ସେତୁରେ ଦେଖିବାକୁ ମିଳିଛି କୁମ୍ଭୀର । କୁମ୍ଭୀର କୁ ଦେଖିବା ପାଇଁ ରାସ୍ତାଜାମ୍ । ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ। ବନ୍ୟା ଜଳରେ ଏହି କୁମ୍ଭୀର ଆସିଥିବା ଯାହା ଅନୁମାନ୍ କରାଯାଉଛି ।

ତେବେ ତିନିଦିନ ତଳେ କଟକ ଓଡ଼ିଆ ବଜାର ର ମମତା ସାହୁ ଓ ଗତକାଲି ଯୁବ ବ୍ୟବସାୟୀ ତୁଷାର ଭଟ୍ଟ ନିଜର କାର୍ ଓ ଚପଲ ରଖି ଏଇ କାଠଯୋଡ଼ି ନଦୀକୁ ଡେଇଁ ଥିବାର ସନ୍ଦେହ କରଯାଇଥିଲା । ଆଉ ଉଭୟଙ୍କ ର ଖୋଜ ଖବର ମଧ୍ୟ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

Advertisement

ସବୁଠୁ ବଡ଼ କଥା ହେଲା ବର୍ତ୍ତମାନ ବୋଲଵମ୍ ମାସ ଚାଲିଚି ଆଉ କାଉଡ଼ିଆ ମାନେ ଏହିଠାରୁ ପାଣି ଉଠାଇ ଜଳଲାଗି କରିବାକୁ ଯିବେ । ସେଥିପ୍ରତି ସରକାର ଓ ବନ ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଚି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *