Pratidin TV

Odisha's Digital News Platform

ମାଆ ଏବଂ ଶଶୁରଙ୍କ ପରାଜୟର ପ୍ରତିଶୋଧ ନେବେ ରୋହିଣୀ ..

ଚଳିତ ନିର୍ବାଚନରେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ । ରାଜନୀତିରେ ପ୍ରଥମ ଥର ଲାଗି ଭାଗ୍ୟ ପରୀକ୍ଷା କରିବେ ରୋହିଣୀ । କିଛିଦିନ ବାପାଙ୍କୁ କୀଡୀନ ଦାନ କରି ଚର୍ଚ୍ଚାରେ ରହିଥିଲେ ରୋହିଣୀ । ଏବେ ନିର୍ବାଚନ ଲଢ଼ିବେ , ତାଙ୍କ ସହିତ ଟକ୍କର ଦେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ହେଭିଓ୍ବେଟ ରାଜୀବ ପ୍ରତାପ ରୁଡୀ।ହି ଆସନରୁ ରୁଡୀ ଦୁଇ ଥର ସାଂସଦ ହୋଇଥିଲେ । ୨୦୦୯ରେ ସେ ଲାଲୁ ପ୍ରସାଦଙ୍କ ଠାରୁ ହାରିଥିଲେ ।

ମାତ୍ର ୨୦୧୪ରେ ସେ ରାବଡୀ ଦେବୀଙ୍କୁ ପରାସ୍ତ କରିଥିଲେ । ୨୦୧୯ରେ ଲାଲୁଙ୍କ ପୁଅ ତେଜପ୍ରତାପଙ୍କ ଶ୍ବଶୁର ଚନ୍ଦ୍ରିକା ରାୟଙ୍କୁ  ପରାସ୍ତ କରିଥିଲେ ରୁଡୀ । ଏବେ ସବୁ ପରାଜୟର ପ୍ରତିଶୋଧ ନେଇପାରିବେକି ରୋହଣି ବୋଲି ସବୁଠି ଚର୍ଚ୍ଚା ହେଉଛି ।  ଲାଲୁ ପ୍ରସାଦ ଯାଦବ ଶେଷଥର ସାରଣରୁ ୨୦୦୯ରେ ସଂସଦୀୟ ନିର୍ବାଚନ ଲଢି ସାଂସଦ ନିର୍ବାଚିତ ସାଂସଦ ନିର୍ବାଚିତ ହୋଇଥିଲେ । ଏହା ପରଠୁ ୨୦୧୪ରୁ ସାରଣ ଆସନ ଆରଜେଡି ହାତରୁ ଚାଲିଯାଇଛି  । ରୋହିଣୀ ହେଉଛନ୍ତି ଲାଲୁ ପ୍ରସାଦଙ୍କ ଡାକ୍ତରୀ କନ୍ଯା ଏବଂ ସେ ସିଙ୍ଗାପୁରରେ ରୁହନ୍ତି । ଗତ ୨୦୨୨ରେ ବାପାଙ୍କୁ କିଡନୀ ଦାନ କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ରୋହିଣୀ ।

Leave a Reply

Your email address will not be published. Required fields are marked *