Pratidin TV

Odisha's Digital News Platform

ଟିମ ଇଣ୍ଡିଆ କୁ ଲାଗିଲା ବଡ଼ ଝଟକା , ଭାରତ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଆହତ ହେଲେ ରୋହିତ ..

1 min read

ପାକିସ୍ତାନ ସହ ମ୍ୟାଚ ଆରମ୍ଭ ହେବା ପୂର୍ବରୁ  ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଟି-୨୦ ବିଶ୍ୱକପରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଇଣ୍ଡିଆ  ।ଗତ ୫ ତାରିଖରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୮ ୱିକେଟରେ ବିଜୟ ହୋଇଛି ।  ଆସନ୍ତା ୯ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ  ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି । ତେବେ ଭାରତ-ପାକ୍ ମୁକାବିଲା ସର୍ବଦା କଡ଼ା ଟକ୍କର ହୋଇଥାଏ । ତେଣୁ ଏଭଳି ଏକ ବଡ଼ ମ୍ୟାଚ ପୂର୍ବରୁ ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଆହତ ହୋଇଛନ୍ତି । ଏହା ଭାରତ ସହିତ ତାଙ୍କର ସମସ୍ତ  ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର । ତେବେ ଏହାରି ରୋହିତଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଆସିଛି ବଡ ଅପଡେଟ ।

ରୋହିତ କହିଛନ୍ତି ତାଙ୍କ ଆଘାତ ଗଭୀର ନୁହେଁ  । ଜୁନ ୯ରେ ପାକିସ୍ତାନ ବିପକ୍ଷରେ ନ୍ୟୁୟର୍କର ନାସାଉ କଣ୍ଟ୍ରି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ ବେଳକୁ ରୋହିତ ଫିଟ୍ ହୋଇସାରିଥିବେ । ଭାରତର ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ୱକପ ରେ ଆୟାରଲ୍ୟାଣ୍ଡ ସହ ମ୍ୟାଚ ଖେଳୁଥିବା ବେଳେ   ଖେଳର ଦଶମ ଓଭରରେ ଆହତ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଅଧିନାୟକ ତାଙ୍କ କାନ୍ଧ ଧରି ନିଜ ଇନିଂସ ଛାଡି ଫିଜିଓକୁ ଚାଲି  ଯାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *