Pratidin TV

Odisha's Digital News Platform

ରୋହିତଙ୍କ ବିସ୍ଫୋରକ ଶତକ ; ଭାଙ୍ଗିଲେ ଏହି ସବୁ କ୍ରିକେଟରଙ୍କ ରେକର୍ଡ ……

1 min read

ନୂଆଦିଲ୍ଲୀ ; ବୁଧୁବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଗର୍ଜିଛି ଟିମ ଇଣ୍ତିଆ । ପଡିଆରେ ଆପଗାନିସ୍ତାନଙ୍କୁ ଧୂଳି ଚଟାଇ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ରେକର୍ଡ ୧୩୧ ରନର ଇନିଂସ ବଳରେ ଭାରତୀୟ ଟିମ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଛି। ଆଫଗାନିସ୍ତାନ ଦେଇଥିବା ୨୭୩ ରନର ଟାର୍ଗେଟକୁ ଭାରତୀୟ ଟିମ ୨ ୱିକେଟ ହରାଇ ୯୦ ବଲ୍ ପୂର୍ବରୁ ହାସଲ କରି ନେଇଛି। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି।

ଗତକାଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଅଧିନାୟକ ଅଜମତୁଲ୍ଲା ଓମରଜାଇଙ୍କ ୬୨ ଓ ଶାହିଦିଙ୍କ ୮୦ ରନ ବଳରେ ଆଫଗାନିସ୍ତାନ ୮ ୱିକେଟ ହରାଇ ୨୭୨ ରନ କରିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିଲେ। ୨୭୩ ରନର ପିଛା କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଈଶାନ କିଶନ ଇନିଂସ ଆରମ୍ଭ କରିଥିଲେ। ଆରମ୍ଭରୁ ଈଶାନ ଶଟ ମାରିରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରଥମେ ସେ ୩୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ।

Advertisement

ତେବେ ରୋହିତ ମାତ୍ର ମାତ୍ର ୬୩ ବଲ୍ରେ ଶତକ ହାସଲ କରିଥିଲେ। ବିଶ୍ୱକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ ବୋଲି କୁହାଯାଉଛି। ପୂର୍ବରୁ ଏହି ରେକର୍ଡ କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କ ନାଁରେ ରହିଥିଲା । କପିଲ ଦେବ ୧୯୮୩ ବିଶ୍ୱକପ୍ରେ ୭୨ଟି ବଲ୍ରେ ଶତକ ହାସଲ କରିଥିଲେ। ତେବେ ରୋହିତ ଆଜି କପିଲ ଦେବଙ୍କ ଏହି ୪୦ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।

ସେହିଭଳି ବିଶ୍ୱକପ୍ ଇତିହାସରେ ସଚିନ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ। କିନ୍ତୁ ଆଜିର ମ୍ୟାଚରେ ରୋହିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ତେନ୍ଦୁଲକର ୬ଟି ବିଶ୍ୱକପ ଖେଳି ଏହି ଉପଲବ୍ଧି ହାସଲ କରିଥିବାବେଳେ ରୋହିତ ମାତ୍ର ୩ଟି ବିଶ୍ୱକପ୍ ଖେଳି ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ଏହା ସହ ରୋହିତ୍ ଏଥର କ୍ରିସ୍ ଗେଲ୍ ଙ୍କ ରେକର୍ଡ କାଟି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ବନିଛନ୍ତି ।୪୭୩ ଇନିଂସରେ ରୋହିତ ଶର୍ମା ୫୫୫ଟି ଛକା ମାରି କ୍ରିସ୍ ଗେଲ୍ ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।

Leave a Reply

Your email address will not be published. Required fields are marked *