Pratidin TV

Odisha's Digital News Platform

IPL ୨୦୨୪ : ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ , ଖେଳେ ବେଳେ ପଡିଆରେ ପଶି ରୋହିତଙ୍କୁ କୁଣ୍ଢାଇଲେ ..

1 min read

ପୁଣି ସୁରକ୍ଷାରେ ତ୍ରୁଟି । ମ୍ୟାଚ ମଝିରେ ପଶି ରୋହିତଙ୍କୁ କଣ୍ଢାଇ ପକାଇଲେ ଫ୍ୟାନ । ଷ୍ଟାଡିୟମ ଭିତରେ ଦୁଇ ଦଳ ମଧ୍ୟରେ ବ୍ୟାଟିଂ ଚାଲିଥିବା ବେଳେ ହଠାତ୍ ଧସେଇ ପସିଲା ଜଣେ ଯବକ । ସୁରକ୍ଷା ବଳୟକୁ ଭାଙ୍ଗି ଷ୍ଟାଡିୟମ ଭିତରେ ପସି ଆସି ରୋହିତ ଶର୍ମାଙ୍କୁ କୁଣ୍ଢାଇ ପକାଇଥିଲେ । ଏପରି ଘଟଣା ଆଇପିଏଲ ୨୦୨୪ ରେ ଘଟିଛି । ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରୁଥିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ କରୁଥିଲା । ଠିକ୍ ଏହି ସମୟରେ ଜଣେ ଯୁବକ ଅତର୍କିତ ଭାବେ କ୍ରିକେଟ ମଇଦାନ ଭିତରକୁ ଦୌଡି ଆସି ରୋହିତଙ୍କୁ କୁଣ୍ଢାଇ ପକାଇଥିଲା । ପ୍ରଥମେ ଦୌଡି ଆସି ରୋହିତଙ୍କୁ କୁଣ୍ଢାଇ ପକାଇଥିଲା । ତାହା ପରେ ଇଶାନ କିଶନଙ୍କ ସହ ହାତ ମିଶାଇଥିଲା । ଏହା ପରେ ସେ ପଳାଇଯିବା କୁ ଚେଷ୍ଟା କରିଥିଲା । ଏହି ସମୟରେ ସୁରକ୍ଷାକର୍ମୀ ସେହି ଯୁବକୁ ଧରି ପକାଇ ବାହାରକୁ ନେଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ସେହି ଯୁବକ ଜଣକ ଧଳା ଟି ସାର୍ଟ ଏବଂ ଜିନ୍ସ ପିନ୍ଧିଥିଲା ।

ସୋମବାର ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଇଶାନ କିଷନ ଓ ରୋହିତ ଶର୍ମା । କିନ୍ତୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ପ୍ରଥମେ ବୋଲିଂ କରିବାକୁ ଆସି ଆତଙ୍କ ଖେଳାଇ ଦେଇଥିଲେ ବୋଲ୍ଟ । ତିନି ବ୍ୟାଟର ରୋହିତ, ନମନ ଓ ବ୍ରେଭିସଙ୍କୁ ସେ ଶୂନରେ ଆଉଟ କରିଥିଲେ । ଦଳୀୟ ସ୍କୋର ୧୪ ହୋଇଥିବା ବେଳେ ଦଳ ୩ଟି ୱିକେଟ ହରାଇଥିଲା । ଆଉ ମାତ୍ର ୪ ରନ ପରେ ଆଉଟ ହୋଇଥିଲେ କିଷନ । ଏହାପରେ ପଡିଆରେ ଚାଲିଥିଲା ଚହଲଙ୍କ ଯାଦୁ । ଦଳୀୟ ସ୍କୋରକୁ ଆଗକୁ ନେଇଥିବା ବେଳେ ତିଳକ, ପାଣ୍ଡ୍ୟା ଓ କୋଏଜିଙ୍କୁ ଆଉଟ କରିଥିଲେ ।

୨୦ ଓଭରରେ ଦଳ ୯ ୱିକେଟ ହରାଇ ୧୨୫ ରନ କରିଥିଲା । ପାଣ୍ଡ୍ୟା ସର୍ବାଧିକ ୩୪ ରନ କରିଥିଲେ ।ଏହାପରେ ୧୨୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ଦଳୀୟ ବ୍ୟାଟରଙ୍କୁ ଜଗି ରଖି ଖେଳିବାକୁ ପଡିଥିଲା । ରୟାନ ପରାଗ ମ୍ୟାଚ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଅପରାଜିତ ୫୪ ରନ କରିବା ସହ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ । ୪ ଓଭର ବାକି ଥାଇ ୪ ୱିକେଟ ହରାଇ ୧୨୭ ରନ କରି ୬ ୱିକେଟରେ ମୁମ୍ବାଇକୁ ପରାସ୍ତ କରିଥିଲା ରାଜସ୍ଥାନ । ରିୟାନ ପରାଗ ୪୯ ବଲରେ ୫୪ ରନ କରିଥିବା ବେଳେ ଏଥିରେ ୫ଟି ଚୌକା ଓ ୩ଟି ଛକା ସାମିଲ ରହିଛି ।

Leave a Reply

Your email address will not be published. Required fields are marked *