Pratidin TV

Odisha's Digital News Platform

ରୋହିତ ଶର୍ମାଙ୍କ ବଡ ଖୁଲାସା , ଏହିଦିନ କ୍ରିକେଟରୁ ନେବେ ଅବସର ..

ରୋହିତ ଶର୍ମାଙ୍କ ବଡ ଖୁଲାସା । ଏହି ଦିନ କ୍ରିକେଟ ରୁ ନେବାକୁ ଯାଉଛନ୍ତି ସନ୍ୟାସ । ଭାରତୀୟ ଦଳର ବେଷ୍ଟ କ୍ରିକେଟର ହେଉଛନ୍ତି ରୋହିତ ଶର୍ମା ।ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ରୋହିତ ଶର୍ମା। ପ୍ରତିଟି ଫର୍ମାଟରେ ରୋହିତ ଲଗାତର ଭାବେ ରନ୍‌ ବର୍ଷା କରିଥାନ୍ତି । ଏବେ ସେ ଆଇପିଏଲ ରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ତାଙ୍କର ଜବର ଦସ୍ତ ବ୍ୟାଣ୍ଟିଂ ରେ ସାରା ଭାରତୀୟଙ୍କ ମନ କିଣିନିଅନ୍ତି । ହେଲେ ଏବେ ନିଜର ରୋହିତ ନିଜ ଅବସରକୁ ନେଇ ତାଙ୍କ ପ୍ଲାନ ବିଷୟରେ କହିଛନ୍ତି । ସେ କେବେ କ୍ରିକେଟରୁ ବିଦାୟ ନେବେ, ସେ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ଅଧିନାୟକ ରୋହିତ । ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ସେ ଏହାର ଉତ୍ତର ଦେଇଛନ୍ତି । ଦିନେ, ଯେତେବେଳେ ମୁଁ ଉଠିବି ଏବଂ ମୁଁ ଠିକ୍ ନୁହେଁ ବୋଲି ଅନୁଭବ କରିବି, ତେବେ ମୁଁ ତୁରନ୍ତ ଅବସର ଘୋଷଣା କରିନେବି । କିନ୍ତୁ ଗତ କିଛି ବର୍ଷରେ ମୁଁ ନିଜ ଜୀବନର ବେଷ୍ଟ କ୍ରିକେଟ ଖେଳୁଛି ।

ଏମିତି କହି ନିଜ ରିଟାୟାରମେଣ୍ଟ ପ୍ଲାନ ବିଷୟରେ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ରୋହିତ ଗତ କିଛି ବର୍ଷରୁ ଭାରତ ପାଇଁ ବେଷ୍ଟ କ୍ରିକେଟର ସାଜିଛନ୍ତି । କାରଣ ରୋହିତ ଗତ କିଛି ବର୍ଷରେ ଅନେକ ରନ୍ ଏବଂ ଅନେକ ଶତକ ହାସଲ କରିଛନ୍ତି । ବ୍ୟାଟିଂରେ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ ଶର୍ମା । ଏପ୍ରିଲ ୩୦ରେ ୩୭ ବର୍ଷର ପାଦଦେବେ ରୋହିତ। ଗତ ବର୍ଷ ସେ ଭାରତୀୟ ଟିମ୍‌କୁ ବିଶ୍ୱକପ୍‌ ଜିତାଇବା ଯାଏ ନେଇଥିଲେ। ଏବେ ବି ସେ ଆଶା ଛାଡ଼ି ନାହାନ୍ତି। ଦେଶ ପାଇଁ ସେ ଦିନିକିଆ ବିଶ୍ୱକପ୍‌ ଜିତିବାକୁ ଚାହୁଁଛନ୍ତି। ଏବଂ ୨୦୨୭ ବିଶ୍ୱକପ୍‌ ଜିତିବା ତାଙ୍କର ବଡ଼ ସ୍ବପ୍ନ। ୨୦୧୧ରେ ଭାରତ ଦିନକିଆ ବିଶ୍ୱକପ୍‌ ଜିତିଥିଲେ। ହେଲେ ରୋହିତ ଶର୍ମା ଦଳରେ ସାମିଲ ନ ଥିଲେ। ଏହାପରେ ୨୦୧୫ ଏବଂ ୨୦୧୯ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଟୁର୍ନାମେଣ୍ଟ ଜିତିପାରି ନ ଥିଲେ। ୨୦୨୩ରେ ଫାଇନାଲରେ ପ୍ରବେଶ କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲେ। ଏବେ ଆଗାମୀ ବିଶ୍ୱକପ୍‌ ୨୦୨୭ରେ ସେ ୪୦ ବର୍ଷର ହୋଇଥିବେ। ଏଣୁ ସେ ଦଳ ସହ ଟୁର୍ନାମେଣ୍ଟ ଖେଳି ପାରିବେ କି ନା ତାହା ସମୟ କହିବ।

Leave a Reply

Your email address will not be published. Required fields are marked *