Pratidin TV

Odisha's Digital News Platform

ଲାଇଭ୍ ମ୍ୟାଚରେ ଖୋଲିଗଲା ରୋହିତଙ୍କ ପ୍ୟାଣ୍ଟ , ଦେଖୁ ଦେଖୁ ଲାଜେଇଗଲେ ସ୍ତ୍ରୀ ..

1 min read

ଚାଲିଥିଲା ହାଇଭୋଲଟେଜ ମ୍ୟାଚ । ସେହି ମ୍ୟାଚରେ ଖେଳୁଖେଳୁ ପଡିଆ ମଝିରେ ଖୋଲିଗଲା ରୋହତଙ୍କ ପ୍ୟାଣ୍ଟ । ସେହି ସମୟରେ କଣ କରିବେ କଣ ନାହିଁ କିଛିବି ଭାବି ନଥିଲେ । ଏପରି ଅପ୍ରିତିକର ପରିସ୍ଥିତିରେ ଥାଇ ମଧ୍ୟ ଖେଳିବା ଛାଡି ନଥିଲେ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରଲ ହେଉଛି । ଆଇପିଏଲ ୨୦୨୪ର ୨୯ତମ ମ୍ୟାଚରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଶତକ ହାସଲ କରିଥିଲେ । ତେବେ ତାଙ୍କ ଶତକ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦଳକୁ ଜିତିବାରେ ସାହାଯ୍ୟ କରିପାରି ନାହିଁ । ରୋହିତ ୧୧ଟି ଚୌକା ଓ ୫ ଛକା ସହାୟତାରେ ୬୩ ବଲରେ ୧୦୫ ରନର ଅପରାଜିତ ଇନିଂସ ଖେଳିଥିଲେ । ହେଲେ ତଥାପି ମୁମ୍ବାଇ ଜିତି ପାରି ନଥିଲା, ହିଟମ୍ୟାନଙ୍କ ଶତକୀ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲା । ଏହା ସହ ହିଟ୍ ମ୍ୟାନଙ୍କ ଫିଲ୍ଡିଂସମୟରେ ତାଙ୍କ ପ୍ୟାଣ୍ଟ ଖୋଲିଯିବା ପରେ ପ୍ରଶଂସକମାନେ ନିଜ ହସକୁ ରୋକିପାରିନଥିଲେ । ସେହି ସମୟରେ ସ୍ତ୍ରୀ ରିତିକା ମଧ୍ୟ ଲାଜେଇ ଯାଇଥିଲେ ।


ଲାଇଭ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ରୋହିତ ଶର୍ମାଙ୍କ ପ୍ୟାଣ୍ଟ ଖୋଲିଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫିଲ୍ଡିଂବେଳେ ଏହି ଘଟଣା ଘଟିଛି । ଦ୍ୱାଦଶ ଓଭରର ଚତୁର୍ଥ ବଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ଲେଗ୍ ସାଇଡ୍‌ରେ ଏକ ସଟ ଖେଳିଥିଲେ । ଏହି ସାଇଡ୍‌ରେ ରୋହିତ ଶର୍ମା ଫିଲ୍ଡିଂ କରୁଥିଲେ । ବଲକୁ ଦେଖି ରୋହିତ ଶର୍ମା ଧରିବାକୁ ଦୌଡିଥିଲେ । କିନ୍ତୁ ବହୁ ପରିଶ୍ରମ ପରେ ସେ କ୍ୟାଚ ଧରିପାରିଲେ ନାହିଁ, କିନ୍ତୁ ଏହି ସମୟରେ ତାଙ୍କ ପ୍ୟାଣ୍ଟ ଖସିଗଲା । ଆଉ ସେହି ସମୟରେ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଥିବାବେଳେ ରିତିକା ଲାଜେଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *