ଭାରତକୁ ବଡ ଝଟ୍କା , ସେମିଫାଇନାଲ ପୂର୍ବରୁ ଆହତ ହେଲେ ଅଧିନାୟକ
1 min readନୂଆଦିଲ୍ଲୀ : ସେମିଫାଇନାଲ ପୂର୍ବରୁ ଭାରତକୁ ଲାଗିଲା ବଡ ଝଟକା । ଆଗକୁ ଟ୍ୱି-୨୦ ବିଶ୍ୱକପ୍ । ନଭେମ୍ବର ୧୦ରେ ହେବାକୁ ଥିବା ସେମିଫାଇନାଲ ପାଇଁ ଚାଲିଛି ପ୍ରାକ୍ଟସ୍ । ତେବେ ଏହି ପ୍ରାକ୍ଟିସ୍ ସମୟରେ ହିଁ ଭାରତକୁ ଲାଗିଛି ବଡ ଝଟ୍କା ।
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତ ଶର୍ମାଙ୍କ ଡାହାଣ ହାତରେ ଆଘାତ ଲାଗିଛି।ଆହତ ହେବା ମାତ୍ରେ ରୋହିତ ତୁରନ୍ତି ନିଜ ଅଭ୍ୟାସ ମ୍ୟାଚ୍ ବନ୍ଦ କରିଦେଇଥିଲେ। ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି। ତେବେ ରୋହିତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଦୀର୍ଘ ୧୦ ବର୍ଷ ପରେ ଟି-୨୦ ବିସ୍ୱ କପ୍ରେ ଭାରତ ଓ ଇଂଲଣ୍ଡ ପ୍ରଥମଥର ପାଇଂ ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଆସନ୍ତା ନଭେମ୍ବର ୧୦ ତାରିଖରେ ଆଡିଲେଡ୍ରେ ଖେଳାଯିବ।ରୋହିତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଖେଳୁଛି। ଗତ ବର୍ଷ ବିରାଟଙ୍କ ଅଧିନାୟକ ପଦ ଛାଡିବା ପରେ ରୋହିତ ଶର୍ମାଙ୍କୁ ଦଳର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଦଳ ଏପର୍ୟ୍ୟନ୍ତ ଭଲ ପ୍ରଦର୍ଶନ କରିଛି। ସେ ସୁପର ୧୨ ପର୍ୟ୍ୟାୟରେ ୫ ରୁ ୪ ଟିରେ ବିଜୟ ହାସଲ କରି ନିଜ ଦଳରେ ଶୀର୍ଷରେ ରହିଛି।