ଭାରତ-ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍ : ଦିନେଶ କାର୍ତ୍ତିକ୍ଙ୍କୁ କାହିଁକି ମାରିବାକୁ ଆସିଲେ ରୋହିତ ଶର୍ମା
1 min readନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଦଳ ନିଜର ଏକ ସାନନ୍ଦାର ଆରମ୍ଭ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ଟି-ଟୋଣ୍ଟି ସିରିଜର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳକୁ ୪ ୱିକେଟ୍ରେ ପରାସ୍ତ କରିଛି । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍୍ ରେ ଖେଳୁଥିବା ଭାରତୀୟ ଦଳ ନିଜର ଅତ୍ୟନ୍ତ ଖରାପ ଆରମ୍ଭ କରିଥିଲା । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ସିରିଜ୍ର ଆରମ୍ଭ କରାଯାଇଥିବା ବେଳେ ଗତକାଲି ୨୦୦ରୁ ଅଧିକ ରନ୍ କରି ମଧ୍ୟ ଅଷ୍ଟ୍ରେଲିଆ ଠାରୁ ହାରିଯାଇଛି ଭାରତ ।
ମ୍ୟାଚ୍ର ମଧ୍ୟଭାଗରେ ଭାରତୀୟ ଦଳ ନିଜର ବେଶ୍ ଭଲ ବ୍ୟାଟିଙ୍ଗ କରି ବିଜୟ ଆଡକୁ ଧାଇଁଥିବାବେଳେ , ମଝିରେ ମ୍ୟାଚ୍ଟିର ବାଜି ପଲଟିଯାଇଥିଲା । ଏବଂ ଇଣ୍ଡିଆ ନିଜର ପ୍ରାଣପଣେ ଲାଗି ମଧ୍ୟ ହାରି ଯାଇଥିଲା ଅଷ୍ଟ୍ରେଲିଆଠାରୁ । ଏନେଇ କ୍ୟାପ୍ଟେନ୍ ରୋହିତ ଶର୍ମା ଫିଲ୍ଡଉପରେ ରାଗିଯାଇ ଦୀନେଶ କାର୍ତ୍ତିକଙ୍କୁ ମାରିବାକୁ ଯାଇଥିଲେ । ଯାହାର ଭିଡିଓ ଏବଂ ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।
କିନ୍ତୁ ଆପଣମାନଙ୍କୁ କହିଦେବାକୁ ରଖୁଛୁ ଯେ ଏସବୁ ଦୃଶ୍ୟ ଯାହା ଆପଣମାନେ ଦେଖୁଛନ୍ତି । ତାହା ଥଟାମଜାରେ ହୋଇଥିଲା । ଦିିନେଶ କାର୍ତ୍ତିକ ଏହି ମ୍ୟାଚ୍ ରେ ଅମ୍ପ୍ୟାୟରଙ୍କ ବିପକ୍ଷରେ ଯାଇ ଡିଏସଆର ନେଇଥିଲେ । ଯାହା ଆଗକୁ ଯାଇ ଦିନେଶ ଏକ ଠିକ୍ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରମାଣ ହୋଇଥିଲା । ଟିମ୍ ଇଣ୍ଡିଆକୁ ଗ୍ଲେନ ମେକ୍ସେଓଲ୍ ଭାବରେ ବଡ ସଫଳତା ମିଳିଥିଲା । ତେବେ ରୋହିତ ଶର୍ମା ଏହି ଓିକେଟ୍କୁ ନେଇ ଅନେକ ଖୁସିଥିଲେ , ସେ ଅଧିକ ଖୁସି ହୋଇ ଦୈଡିଆସି କାର୍ତ୍ତିଙ୍କୁ ଚାପିଧରି ମାରିବାର ଅଭିନୟ କରିଥିଲେ । ପରେ ଊଭୟ ମିଶି ବେଶ୍ ହସାହସି ହୋଇଥିଲେ । ତେବେ ସେହି ସମୟରେ ମଜାକ ମସ୍ତିର ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଖେଳପ୍ରେମୀଙ୍କ ମନରେ ଭ୍ରମ ସୃଷ୍ଟି ହୋଇଛି ।