Pratidin TV

Odisha's Digital News Platform

ଖେଳ ମଝିରେ ନାୟର ଆଗରେ ନିଜ ମନ କଥା କହିଲେ ରୋହିତ, ଭିଡ଼ିଓ ଭାଇରାଲ ପରେ ଡିଲିଟ କଲା କେକେଆର

1 min read

ଗତକାଲି ଅର୍ଥାତ ମେ ୧୧ ତାରିଖ ଦିନ ମୁମ୍ବାଇ ଇଂଡିଆନ୍ସ ସହ କୋଲକାତା ନାଇଟ ରାଇଡ଼ର୍ସର ମ୍ୟାଚ ଥିଲା | ଏହାପୂର୍ବରୁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା | ଯାହାକୁ କେକେଆର ନିଜ ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲା | କିନ୍ତୁ ବିବାଦ ହେବ ଯୋଗୁଁ ପୋଷ୍ଟକୁ ଡିଲିଟ କରିଦିଆଯାଇଥିଲା |

ତେବେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ପଡିଆରେ ରୋହିତ ଶର୍ମା ଏବଂ ନାୟର କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଥିଲା | ଉକ୍ତ ଭିଡ଼ିଓରେ ବ୍ୟାକଗ୍ରାଉଣ୍ଡରେ ଦର୍ଶକଙ୍କ ଅତ୍ୟଧିକ ଶବ୍ଦ ଯୋଗୁଁ ଭିଡ଼ିଓରେ ଯାହାଦୁହେଁ କଥା ହେଉଛନ୍ତି ତାହାସ୍ପଷ୍ଟ ହୋଇପାରିନାହିଁ | କିନ୍ତୁ ଅଳ୍ପ ଅଳ୍ପ ଶୁଣିବାକୁ ମିଳିଥିଲା | ଯାହାପରେ ଏହି ବିଡ଼ିଓଙ୍କୁ କେକେଆର ଅଫିସଲ ୱେବସାଇଟରେ ପୋଷ୍ଟ କରାଯାଇଥିଲା | ବିବାଦ ହେବ ଯୋଗୁଁ ଫ୍ରାଞ୍ଚାଇଜ ପକ୍ଷରୁ ଡିଲିଟ କରିଦିଆଯାଇଥିଲା |

ଭିଡ଼ିଓରେ ରୋହିତ ନାୟରଙ୍କୁ ସବୁ କିସିଭି ବଦଳି ଯିବା କଥା କହୁଥିଲେ | ସେହିପରି ଭିଡ଼ିଓ ଶେଷରେ ରୋହିତ ନାୟର କହିବାର ଶୁଣିବାକୁ ମିଳିଥିଲା କି ଏଇଟା ମୋର ଶେଷ | ସେ କେଉଁ ପ୍ରସଙ୍ଗରେ ଶେଷ କହିଛନ୍ତି ତାହା ସ୍ପଷ୍ଟର ଜଣାପଡିନାହିଁ | କିନ୍ତୁ ଭିଡ଼ିଓ ଭାଇରାଲ ହେବା ପରେ ଚର୍ଚ୍ଚା ହେଉଥିଲା ଯେ, ରୋହିତ ମୁମ୍ବାଇ ଇଂଡିଆନ୍ସ ବଦଳିବାକୁ ନେଇ ନିଜ ମନ କଥା ନାୟରଙ୍କ ଆଗରେ କହିଛନ୍ତି |

ରୋହିତ ନାୟର ସହ କଥା ହେଲା ବେଳେ କହୁଥିଲେ ଗୋଟି ଗୋଟି ସବୁ ବଦଳି ଯାଇଛି | ସବୁକିଛି ତାଙ୍କ ଉପରେ, ଯାହା ମଧ୍ୟ ହେଉ ସେଇଟା ମୋର ଘର,ସେଇଟା ଏମିତି ଗୋଟିଏ ମନ୍ଦିର , ଯାହାକୁ ମୁଁ ତିଆରି କରିଛି | ତା’ପରେ ଭିଡ଼ିଓରେ ଶେଷରେ କହିଥିଲେ, ମୋର କ’ଣ ଅଛି ଭାଇ ଏହା ତ ମୋର ଶେଷ |

Leave a Reply

Your email address will not be published. Required fields are marked *