Pratidin TV

Odisha's Digital News Platform

୮ ମହଲା କୋଠାରୁ ଡେଇଁ ପ୍ରେମ ପାଇଁ ଜୀବନ ହାରିଲେ ଇଞ୍ଜିନିୟର ରୋନିତ

1 min read

ପ୍ରେମ ପାଈଁ ଜୀବନ ହାରିଲେ ଯୁବକ ଇଞ୍ଜିନିୟର । ୮ ମହଲା କୋଠାରୁ ଡେଇଁ କଲେ ଆତ୍ମହତ୍ୟା । ଭୁବନେଶ୍ବର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା ଡେଇଁ ଜୀବନ ହାରିଛନ୍ତି । ରୋନିତଙ୍କ ବୟସ ୨୩ ବର୍ଷ । ପ୍ରେମରେ ବିଫଳ ହେଇ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ରୋନିତ । ରନିତ ଙ୍କ ବାପା ନବ କୁମାର ଜେନା ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ବାପାଙ୍କ ଅଭିଯୋଗ ରାନିତ ବ୍ରହ୍ମପୁର ରେ ଇଞ୍ଜିନିୟରିଙ୍ଗ ପଢ଼ିବା ସମୟରେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା। ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ । କୌଣଷି କାରଣରୁ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା ଓ ପରେ ବିଚ୍ଛେଦ ହେଇଥିଲା । କାହାକୁ ନେଇ ରନିତ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ପରେ ଛତା ଉପର ଡେଇ ପଡ଼ିଥିଲେ।

ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି । ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମଧ୍ୟ ମିଳିଛି। ଚିଠିରେ ବାପା ମାଆଙ୍କୁ କ୍ଷମା ମାଗିଛନ୍ତି ରୋନିତ୍ । ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଉକ୍ତ ଯୁବତୀ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ।

Advertisement

Leave a Reply

Your email address will not be published. Required fields are marked *