Pratidin TV

Odisha's Digital News Platform

ରୁଟି ବିକାଳିଙ୍କ ଝିଅ ହେଲେ ଟପ୍ପର : ଅଭାବ ଭିତରେ ହାର ମାନିନି ପାଠପଢା

ଭୁବନେଶ୍ୱର : କଟକ ଖାନ୍‌ନଗର ଅଞ୍ଚଳରେ ଘଟିଛି ଏକ ବିଶ୍ମୟ କରିଦେଲା ଭଳି ଘଟଣା । ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ଜଣେ ରୁଟି ବିକାଳିଙ୍କ ଝିଅ ।ଅଭାବ ଅନଟନ ଭିତରେ ବି ହାର ମାନିନି ତାଙ୍କ ମନବଳ । ବାଦାମବାଡି ନିୟୁ କଲୋନୀର ଦଶମ ଶ୍ରେଣୀର ଛାତ୍ରୀ ରୁବି ସାହୁ ବାପା ଜଣେ
ରୁଟି ବିକାଳି କିନ୍ତୁ ଝିଅ ହୋଇଛନ୍ତି ଟପ୍ପର । ସେଇ ରୁଟି ବେପାରରେ ହିଁ ଚାଲେ ତାଙ୍କ ପରିବାର ,ତେବେ ପରିବାରର ଆର୍ଥିକ ଅବସ୍ଥା ଏତେଟା ସ୍ୱଛଳ ନୁହଁ ।

ସାଧାରଣତ ପିଲାଙ୍କ ପାଠ ପଢାଲାଗି ବାପା ମା ପିଲାଙ୍କ ସବୁ ମନମାନି ସହ ସବୁ ଇଛାକୁ ପୁରଣ କରିଥାନ୍ତି । ଯାହାଫଳରେ ପିଲାଟି ପାଠ ପଢାରେ ଅଧିକ ମନ ଲଗେଇବେ ବା ପଢା ପ୍ରତି ଆଗ୍ରହି ହେବେ ଯେଉଁଟା ରୁବିଙ୍କ କ୍ଷେତ୍ରରେ ସମ୍ଭବ ନଥିଲା । କିନ୍ତୁ ଏସବୁ ପରିସ୍ଥତି ପରେ ମଧ୍ୟ ନିଜର ପଢାପ୍ରତି ଆଗ୍ରହ ଓ କଠିନ ପରିଶ୍ରମ କରି ,ଏଥର ମାଟ୍ରିକ ପରୀକ୍ଷାରେ ୫୭୦ ନମ୍ବର ରଖି ଟପ୍ପର ହୋଇଛନ୍ତି ସେ । ଅଭାବ ଭିତରେ ହାର ମାନିନି ତାଙ୍କ ପାଠପଢା ।

ରୁବି ସେ ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ସାଜିଛନ୍ତି ଯେଉଁମାନେ ଅର୍ଥ ବାଧକ ବା ବହି ନାହି ,ଖାତାନାହି , ଏପରି ମିଛ କାରଣ ଦେଇ ପାଠପାଢାରୁ ଓହରି ଯାଆନ୍ତି ।ରୁବି ଭବିଷ୍ୟତରେ ଜଣେ ଶିକ୍ଷକ ହେବା ପାଇଁ ଇଛା ପ୍ରକାଶ କରିଛନ୍ତି । କାରଣ ଜଣେ ଶିକ୍ଷକଙ୍କ ହାତରେ ହିଁ ଆମ ଦେଶର ଭବିଷ୍ୟାତ ନିର୍ଭର କରେ ।

Leave a Reply

Your email address will not be published. Required fields are marked *