Pratidin TV

Odisha's Digital News Platform

ଅଶାନ୍ତ ସମୁଦ୍ର ; ୨ ବୋଟ୍‌ରେ ଫସିଛନ୍ତି ୧୨ ଜଣ , ଉଦ୍ଧାର କରିବାକୁ ଯାଇ ଫେରିଆସିଲା ଦଳ …

ପୁରୀ ; ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଦେବୀ ମୁହାଣ ଠାରୁ ତିନି କିଲୋମିଟର ଦୂରରେ ଫସିରହିଛନ୍ତି ୧୨କର୍ମଚାରୀ ଙ୍କ ସହ ଦୁଇ ବୋଟ । ଅନ୍ୟପଟେ ସମୁଦ୍ର ଅଶାନ୍ତ ଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ ଜେଠି ନିକଟରୁ ଚାରି ଦିନ ତଳେ ମା କାଳୀ ଓ ମା ପାର୍ବତୀ ନାମକ ୨ଟି ବୋଟ ମାଛ ଧରିବାକୁ ଯାଇ ଦେବୀ ମୁହାଣ ଠାରୁ ତିନି କିଲୋମିଟର ଦୂରରେ ମା କାଳୀ ଓ ମୁହାଣ ଠାରୁ ଦୁଇ କିଲୋମିଟର ଦୂରରେ ମା ପାର୍ବତୀ ବୋଟ ସମୁଦ୍ର ମଝିରେ ୪୮ଘଣ୍ଟା ହେବ ଫସିରହିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ ଉଦ୍ଧାର କରି ପାରିନାହିଁ, ସକାଳୁ ସ୍ଥାନୀୟ ଅଂଚଳ ର ୨ଟି ବୋଟ ମା ମଙ୍ଗଳା ଓ ମା ଜାଡୁଆଣି ବୋଟ ସହ ମସ୍ଚ୍ୟଧିକାରୀ ସତ୍ୟବ୍ରତ ଦାଶ କିଛି ମସ୍ଚ୍ୟଜୀବି ଉଦ୍ଧାର କରିବାକୁ ଯାଇଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ କିଛି ଦୂରରୁ ଫେରି ଆସିଥିଲେ, କିନ୍ତୁ ଏହାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଦେବୀ ମୁହାଣ ମଧ୍ୟରେ ଫସିରହିଛନ୍ତି ୧୨ମସ୍ଚ୍ୟଜୀବି।

ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ୧୮ଟନ ରୁ ୨୦ଟନ ବୋଟ ଆବଶ୍ୟକତା ରହିଛି, କିନ୍ତୁ ନୂଆଗଡ ସାମୁଦ୍ରିକ ଥାନାରେ ଥିବା ସ୍ପିଡି ବୋଟ ଟି ୨୦୦୮ମସିହାର ହୋଇଥିବା ବେଳେ ୧୨ଟନ ବୋଟ ଯାହାର କ୍ଷମତା ନାହିଁ।ଯାହା ସୂଚନା ରହିଛି ୪୮ଘଣ୍ଟା ରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଦେବୀ ମୁହାଣ ମଧ୍ୟରେ ଫସିଥିବା ୨ଟି ବୋଟ ଉଦ୍ଧାର ହୋଇନାହାନ୍ତି।

ଯାହା ସୂଚନା ମିଳିଛି ପାରାଦ୍ୱୀପ କୋଷ୍ଟ ଗାର୍ଡ ପହଁଚିଲେ ୨ଟି ବୋଟ ସହ କର୍ମଚାରୀ ଉଦ୍ଧାର ହେବେ।ବଙ୍ଗୋପସାଗର ଲଘୁଚାପ ହେତୁ ବାରଣ ସତ୍ୱେ ନୂଆଗଡ ଜେଠି ରୁ କିପରି ବୋଟ କର୍ମଚାରୀ ବୋଟ ନେଇ ଗଲେ ନୂଆଗଡ ସାମୁଦ୍ରିକ ଥାନା ପୋଲିସ ଜାଣିପାରିଲା ନାହିଁ, ଯଦି କୌଣସି କ୍ଷତି ହୁଏ କିଏ ଦାୟି ରହିବ ?

Leave a Reply

Your email address will not be published. Required fields are marked *