ଡ୍ୟୁଟି ସମୟରେ ମହିଳା ASIଙ୍କ ସନ୍ଦେହଜନକ ମୃତ୍ୟୁ ….
1 min readରାଉଲକେଲା ; ଡ୍ୟୁଟି ବେଳେ ହଠାତ୍ ଟଳିପଡିଲେ ମହିଳା ଏସଆଇ । ଭିଡ ସମ୍ଭାଳୁଥିଲେ ହଠାତ୍ ପାଟିରୁ ବାହାରିଲା ଫେଣ । ରାଉରକେଲା ଉଦିତନଗର ଥାନାର ଯୁବ ମହିଳା ଏଏସ୍ଆଇ ଆଲିଶା ନର୍ମି ଲୁଗୁନଙ୍କର ଗତକାଲି ଡ୍ୟୁଟି ବେଳେ ମୃତ୍ୟୁ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ରାଉଲକେଲା ମହାନଗର ନିଗମ ନିକଟ ରିଙ୍ଗ୍ ରୋଡଠାରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଫଳରେ ସେଠାରେ ଉତ୍ତେଜିତ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ଉଦିତ ନଗର ଥାନାରେ କାର୍ଯ୍ୟରତ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଯାଇଥିଲେ । ଏବଂ ଭିଡକୁ ନିୟନ୍ତ୍ରଣ କରିବାକୁ ଲାଗିଥିଲେ ।
ସେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବଂ ତାଙ୍କ ପାଟିରୁ ଫେଣ ବାହାରିବା ଦେଖାଯାଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏମିତି ଘଟିଲା ଏନେଇ ଉଦିତ ନଗର ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରୁଛି।