Pratidin TV

Odisha's Digital News Platform

ଯାତ୍ରୀଙ୍କୁ ଜମ ମୁହଁରୁ ଟାଣିଆଣିଲେ RPF ଯବାନ୍….

1 min read

ଖୋର୍ଦ୍ଧା : ଟ୍ରେନରୁ ଖସି ପଡିଲେ ଯାତ୍ରୀ । ଦେବଦୂତ ସାଜି ଜୀବନ ବଞ୍ଚାଇଦେଲେ ଆରପିଏଫ ପୋଲିସ ଅଧିକାରୀ । ସୂଚନା ମୁତାବକ ଗତକାଲି ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ସକାଳ ସାଢ଼େ ୧୧ଟା ସମୟରେ ପଲାସା-ଭୁବନେଶ୍ବର ମେମୁ ଟ୍ରେନରେ ଆସୁଥିବା ଜଣେ ଯାତ୍ରୀ ଅସାବଧାନତା ହେତୁ ଟ୍ରେନ ତଳକୁ ଖସିପଡିଥିଲେ । ତେବେ ସଠିକ ସମୟରେ ସେଠାରେ କାର୍ଯ୍ୟରତ ଆରପିଏଫ୍ ଯବାନ ରାଜେଶ କୁମାର ସେହି ବ୍ୟକ୍ତିଙ୍କୁ ଟ୍ରେନ ତଳୁ ଉଦ୍ଧାର କରିଥିଲେ ।

ତେବେ ଟ୍ରେନଟି ଖୋର୍ଧାରୋଡ଼ ଷ୍ଟେସନ ଛାଡି ଭୁବନେଶ୍ବର ଅଭିମୁଖେ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆହତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଅଞ୍ଚଳର ବସନ୍ତ ସାହୁ । ସେ ଟ୍ରେନ୍ ଗେଟ ପାଖରେ ଠିଆ ହୋଇଥିବା ବେଳେ ତଳକୁ ଖସିପଡିଥିଲେ। ଆର୍ପିଏଫ୍ ଯବାନ ରାଜେଶ କୁମାର ଓ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ବସନ୍ତଙ୍କୁ ଟ୍ରେନ ତଳୁ ଭିଡି ବାହାରକୁ ଆଣିଥିଲେ।

Advertisement

Leave a Reply

Your email address will not be published. Required fields are marked *