Pratidin TV

Odisha's Digital News Platform

ରେଳ ଯାତ୍ରୀଙ୍କ ସୁଟକେସ ଭିତରେ ପୁଳା ପୁଳା ସୁନା , ହୋଇଗଲେ ସମସ୍ତେ ଆଶ୍ଚର୍ଯ୍ୟ ..

ଟ୍ରେନ୍‌ ବଗି ଭିତରେ ପୁଳା ପୁଳା ସୁନା । ତା’ ସାଙ୍ଗକୁ ବିଡ଼ା ବିଡା ପଇସା । ଯାହାକୁ ଦେଖି ସମସ୍ତେ ଆଚମ୍ବିତ  , ଏହା କେମିତି ସମ୍ଭବ । ଟ୍ରେନ ଭିତରେ ଟଙ୍କା ସୁନା ଦେଖି ସମସ୍ତେ ତାଜୁବ , ହେଲେ ଏହା ପଛରେ ଥିବା ସତ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ  । ଏହି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି। ରେଲୱେ ସୁରକ୍ଷା ପୁଲିସ୍‌ ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର ଜବତ କରିଛି। ଏହି ମାମଲାରେ ଜଣେ ପୋଲିସ କୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଲକ୍ଷ୍ମଣନ ।  ସିଏ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିଲେ।

ଆରପିଏଫ ଟିମ୍‌ ତରଫରୁ ଅବୈଧ ପରିବହନ, ଯାତ୍ରୀଙ୍କ ଜିନିଷ ଚୋରି, ବଗିରେ ଅପରାଧ ଆଦି ଘଟଣାକୁ ଏଡ଼ାଇବାକୁ ‘ଅପରେସନ ସତର୍କ’ ଆରମ୍ଭ ହୋଇଛି। ଏହି ଅପରେସନ ବେଳେ ଆରପିଏଫ ତରଫରୁ ଅତର୍କିତ ଭାବେ ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ କରାଯାଉଛି।ଏହିପରି ଯାଞ୍ଚ ସମୟରେ ଆରପିଏଫ ଟିମ୍‌ ଲକ୍ଷ୍ମଣନଙ୍କ ବ୍ୟାଗ ଯାଞ୍ଚ ବେଳେ ସେଥିରୁ ପୁଳାପୁଳା ସୁନା ପାଇଥିଲେ। କେବଳ ଏତିକି ନୁହେଁ ଉକ୍ତ ବ୍ୟାଗରୁ ୧୫ ଲକ୍ଷ କ୍ୟାସ୍‌ ମଧ୍ୟ ମିଳିଥିଲା । ଜବତ ସୁନାର ଓଜନ ୨୭୯୬ ଗ୍ରାମ ଓ ଏହାର ମୂଲ୍ୟ ୧.୮୯ କୋଟି ବୋଲି ଜଣାଯାଇଛି। ଲକ୍ଷ୍ମଣନଙ୍କ ବ୍ୟାଗରୁ ପ୍ରାୟ ୨ କୋଟିରୁ ଅଧିକ ମୂଲ୍ୟର ଟଙ୍କା ଓ ସୁନା ମିଳିଥିବା ଜଣାଯାଇଛି। ଜବତ ହୋଇଥିବା  ସୁନା ଓ ଟଙ୍କାର  ଅଧିକ ଯାଞ୍ଚ ପାଇଁ  ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *