Pratidin TV

Odisha's Digital News Platform

ଛାତ ବାଟେ ପଶି କାନ୍ଥ କଣା କରି ସୁନା ଦୋକାନରୁ ଡକାୟତ ବୁଲାଇଦେଲେ କଳାକନା

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ହେଲା ବଡ ଚୋରି । ଅ୍ଧମ ଚୋରୀ କରିବାକୁ ଦୃବୁର୍ତ୍ତ ଆପଣାଇଛନ୍ତି ନୂଆ ପନ୍ଥା । କାନ୍ଥରେ କଣା କରି ଏକ ଗହଣା ଦୋକାନରୁ ଜିନିଷ ନେଇ ମାରିଛନ୍ତି ଚମ୍ପଟ ।ତେବେ ଚୋରି ହୋଇଥିବା ଜାଣି ପୋଲିସରେ ଅଭିଯୋଗ କରିଛନ୍ତି ସୁନା ଦୋକାନୀ ।୨୦-୨୫ କୋଟି ଟଙ୍କାର ଗହଣା ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି ମାଲିକ । ଦୋକାନ ମାଲିକଙ୍କ କହିବା ଅନୁସାରେ ଗତ ରବିବାର ରାତି ୮ଟାରେ ସେ ଦୋକାନ ବନ୍ଦ କରିଥିଲେ । ସୋମବାର ଛୁଟି ଥିଲା । ମଙ୍ଗଳବାର ସକାଳୁ ଅର୍ଥାତ ଆଜି ଦୋକାନ ଖୋଲିବା ବେଳେ କାନ୍ଥ ପାଖରେ ବହୁ ଧୂଳି, ବାଲି ପଡିଥିଲା । ପରେ ଯାଞ୍ଚ କରିବାରୁ ଦେଖା ଯାଇଛି ଯେ, କାନ୍ଥରେ କଣା କରି ସବୁ ସୁନା ଗହଣା ଟଙ୍କା କେହି ଲୁଟି ନେଇଛନ୍ତି ।

ତେବେ ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି । ଦୋକାନ ଛାତ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି । ପୋଲିସକୁ କବର ମିଳିବା ପରେ ଏହାରତଦନ୍ତ ଆରମ୍ଭ କରାଯାଉଛି । ଡକାୟତମାନେ ସିସିଟିଭି କ୍ୟାମରୋ ଭାଙ୍ଗି ଦେଇଥିବା ବେଳେ କୌଣସି ସୁରାକ ପାଇ ପାରିନି ପୋଲିସ । ଛାତ ପଟ ଦେଇ ଦୋକାନ ଭିତରକୁ ଯାଇଥିବା ବେଳେ ପାହାଚକୁ ଲାଗିଥିବା ଏକ କାନ୍ଥରେ ବିରାଟ ଗର୍ତ୍ତ ରହିଛି । ସମ୍ଭବତଃ ଚୋରମାନେ ଏହାରି ବାଟ ଦେଇ ଷ୍ଟ୍ରଙ୍ଗ ରୁମ ଭିତରକୁ ପଶି ଚୋରି କରିଛନ୍ତି ।

Leave a Reply

Your email address will not be published. Required fields are marked *