Pratidin TV

Odisha's Digital News Platform

ସରକାର ନେଲେ ଦୃଢ଼ ପଦକ୍ଷେପ , ପାଣି ନଷ୍ଟ କଲେ ଗଣିବେ ୨ ହଜାର ଜୋରିମାନା ..

1 min read

ଜଳ ଅପଚୟ କଲେ କଠୋର ଦଣ୍ଡବିଧାନ ସହ ଜୋରିମାନା ଦେବାକୁ ପଡ଼ିବ । ଦିନକୁ ଦିନ ସାରା ଦେଶରେ କେଉଁଠି ନା କେଉଁଠି ଜଳସଙ୍କଟ ବଢ଼ି ବଢ଼ି ଚାଲିଛି । ଖରା ହେଉ କି ବର୍ଷା ପାଟି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ସହର ଓ ଗ୍ରାମାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ପାଇପରୁ ଅନବରତ ପାଣି ଚାଲୁଥିବା ଦେଖାଯାଉଛି। ତେବେ ମଧ୍ୟରେ ଦିଲ୍ଲୀ ସରକାର କଲେ କଠୋର ନିୟମ ।  ଜଳ ନଷ୍ଟକଲେ ଗଣିବେ ଜୋରିମାନା । 

ପାଣି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ2୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ । ପାଣିରେ କାର ଧୋଇଲେ, ଘରୋଇ ବ୍ୟବହାର ବଦଳରେ ବ୍ୟବସାୟିକ କ୍ଷେତ୍ରରେ ପାଣିର ବ୍ୟବହାର କଲେ ଓ ପାଣି ଟ୍ୟାଙ୍କର୍‌ ଓଭର ଫ୍ଲୋ କଲେ ୨ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ପଡ଼ିବ।  ମନ୍ତ୍ରୀ ଆତିଶୀ କହିଛନ୍ତି, “ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଜଳ ବୋର୍ଡ ତରଫରୁ ୨୦୦ ଟିମ୍ ଗଠନ ହୋଇଛି । ଆସନ୍ତାକାଲି ସକାଳୁ ଏହି ଟିମର ସଦସ୍ୟମାନେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଦୋକାନ ବଜାର, ଗଳିକନ୍ଦି ସବୁଠି ପଇଁତରା ମାରିବା ସହ କଡ଼ା ନଜର ରଖିବ ଟିମ୍ । ଆଉ ଯିଏ ପାଣି ନଷ୍ଟ କରୁଥିବାବେଳେ ଧରାପଡ଼ିବ ତା ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଜଳ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।”

ସୂଚନା ଅନୁସାରେ, ମଙ୍ଗଳବାର ଯମୁନା ନଦୀର ଜଳସ୍ତର ୭୬୯.୮ ଫୁଟ୍ ରେକର୍ଡ କରାଯାଇଛି । ଯେତେବେଳେ ଏହା ୭୭୪ ଫୁଟ୍ ହେବା ଉଚିତ । ଏହାବ୍ୟତୀତ ଜଳମନ୍ତ୍ରୀ ଆତିଶୀ ଅଭିଯୋଗ ଆଣିଛନ୍ତି ଯେ, ହରିୟାଣା ସରକାର ଯମୁନା ନଦୀକୁ ପାଣି ଛାଡିବା ବନ୍ଦ କରିଦେଇଛନ୍ତି । ଫଳରେ ଜଳସ୍ତର କମିବାରେ ଲାଗିଛି । ତେବେ ଜଳସ୍ତର କମୁଥିବାରୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ମଧ୍ୟ ପାଣି ଆସିପାରୁନାହିଁ । ତେବେ ଦିଲ୍ଲୀ ବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ସରକାର ଏପରି ନିୟମ କରିଛନ୍ତି   ।

Leave a Reply

Your email address will not be published. Required fields are marked *