୨୦ ପ୍ରତିଶତରୁ ଅଧିକ ପାଣି ବ୍ୟବହାର କଲେ ଗଣିବେ ୫୦୦୦ ଟଙ୍କା ଜୋରିମାନାରେ
1 min readପାନୀୟ ଜଳ ଅପବ୍ୟବହାର କଲେ ଲାଗିବ ଫାଇନ | ରପରି ଲାଗୁହେବ କଠୋର ନିୟମ | ଜୋରିମାନା ଲାଗିବ ୫୦୦୦ |ପରିସ୍ଥିତି ଉପରେ ନଜର ରଖି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷା କର୍ମୀ ରଖାଯିବ | ଦିନକୁ ଦିନ ସାରା ଦେଶରେ ପାଣିର ଅପଚୟ ସକାଶେ ଜଳ ସଙ୍କଟ ବଢ଼ିବାରେ ଲାଗିଛି | ତେବେ ଜଳ ଅପଚୟକୁ ରୋକିବା ପାଇଁ ବେଙ୍ଗାଲୁରୁର ଏକ ହାଉସିଂ ସୋସାଇଟି ଆଣିଛି ନିୟମ |
ଜଳ ଅଭାବ ଦେଖା ଯିବା ଯୋଗୁଁ ବେଙ୍ଗାଲୁରୁର ଏକ ହାଉସିଂ ସୋସାଇଟି ସେଠାକାର ସମସ୍ତ ବାସିନ୍ଦାଙ୍କୁ ଜଳ କମ ବ୍ୟବହାର ପାଇଁ ପରାମର୍ଶ ଦେଇଛି | ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ଏକ ନୋଟିସ ମଧ୍ୟ ଜାରି କରିଛି | ହ୍ୱାଇଟଫିଲ୍ଡ ଅଞ୍ଚଳରେ ଥିବା ପାଲମ ମିଡୋଜ ହାଉସିଂ ସୋସାଇଟିକୁ ଗତ ୪ ଦିନ ହେଲା ବେଙ୍ଗାଲୁରୁ ପାନୀୟ ଯୋଗାଣ ଓ ସ୍ୱେରେଜ ବୋର୍ଡ (ବିଡବ୍ଲ୍ୟୁଏସଏସବି) ତରଫରୁ ଜଳ ଯୋଗାଣ କରାଯାଇନାହିଁ ।
ହାଉସିଂ ସୋସାଇଟି ଆଗାମୀ ଦିନକୁ ଆଖି ଆଗରେ ରଖି ଜଳ ଅଭାବ ବୃଦ୍ଧି ନ ହେବା ପାଇଁ ଏପରି କଠୋର ନିୟମ ଆପଣାଇଛନ୍ତି | ନୋଟିସ ଜାରି କରି କହିଛନ୍ତି, ଜନସାଧାରଣ ପାଣି ବ୍ୟବହାରକୁ ୨୦ ପ୍ରତିଶତ ହ୍ରାସ କରିବେ | ଯେଉଁମାନେ ତା’ ଠାରୁ ଅଧିକ ଜଳ ବ୍ୟବହାର କରେ ତେବେ ତାଙ୍କୁ ଜୋପାଣିରିମାନାରେ ୫୦୦୦ ଦେବାକୁ ପଡିବ |