Pratidin TV

Odisha's Digital News Platform

RTO କାଟୁଛି ଭୁଲ ଚାଲାଣ…..ଫୋନ କଲେ କହୁଛି ଯୁକ୍ତି ନ କରି ଥାନରେ ଅଭିଯୋଗ କରନ୍ତୁ

1 min read

ଗାଡି ରହିଛି ଘର ଦାଣ୍ଡରେ ଏପଟେ କଟିଯାଇଛି ଚାଲାଣ | ଆଶ୍ଚର୍ଯ୍ୟକର କଥା କିପରି ଗାଡି ଦାଣ୍ଡରେ ରହି ଗାଡି କଟିଯାଉଛି ଚାଲାଣ | ତେବେ ଏବେ ରାଣୀପେଣ୍ଠରେ ଅଞ୍ଚଳରେ କରିଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ | ଏଭଳି ଘଟଣା ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମର ଆଦିକନ୍ଦ ରଇତଙ୍କ ସହ ଘଟିଛି । ତେବେ ଗତ ମାସ ୨୬ ତାରିଖ ସନ୍ଧ୍ୟା ୫.୪୪ ରେ ଗାଡ଼ି ମାଲିକଙ୍କ ମୋବାଇଲକୁ ଆସିଥିଲା ମେସେଜ୍ ଯେଉଁଥିରେ ଲେଖା ଥିଲା ଗାଡ଼ି ନମ୍ବର OD 20C 6376 ର ୬୦୦୦ ଟଙ୍କା ଚାଲାଣ କଟିଛି । କିନ୍ତୁ ସମ୍ପୃକ୍ତ ଗାଡ଼ି ମାଲିକ ସେ ମେସଜକୁ ଗୁରୁତ୍ବ ନଦେଇ ରହିଯାଇଥିଲେ । ପୁଣି ଗତ କାଲି ଆଉ ଗୋଟେ ଆସିଥିଲା ମେସେଜ ଯଥା ଶୀଘ୍ର ୭ ଦିନ ମଧ୍ୟରେ ଚାଲାଣ ପଇସା ନ ଦେଲେ କୋର୍ଟର ହେବେ ଦ୍ୱାରସ୍ଥ । ଏହି ମେସେଜ୍ ପାଇବା ପରେ ଗାଡ଼ି ମାଲିକ ଅସ୍ତ ବ୍ୟସ୍ତ ହୋଇ ସମ୍ପୂର୍ଣ୍ଣ ତଥ୍ୟ ବାହାର କରିବାରୁ ଜାଣିବାକୁ ପାଇଲେ ଫଟୋ ଉଠାଯାଇଥିବା ଗାଡ଼ି ହିରୋ କମ୍ପାନୀର ଓ ଗାଡ଼ି ନମ୍ବର ଅଲଗା ହେବା ସହ ଗାଡ଼ି ରଙ୍ଗ ମଧ୍ୟ ଅଲଗା ଅଛି ।

ଏଣୁ ଏନେଇ RTO କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ | ସେ କହିଥିଲେ ଆପଣ ଏନେଇ ଥାନାରେ ଅଭିଯୋଗ କରନ୍ତୁ ଅନ୍ୟଥା ଆମସହ ଯୁକ୍ତି କରନ୍ତୁ ନାହିଁ କହି ଫୋନ୍ କାଟିଦେଇଥିଲେ । ତେବେ ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ସଠିକ୍ ତଦନ୍ତ କରି ଆମକୁ ଉଚିତ୍ ନ୍ୟାୟ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି l ଆମ ପ୍ରତଦିନ tv ର ପ୍ରତିନିଧି RTO ଙ୍କ ସହ ଫୋନ ମାଧ୍ୟମରେ ଯୋଗୁଁ କରିଥିଲେ | ହେଲେ ତାହାର କୌଣସି ପ୍ରତିକ୍ରିୟା ମିଳିଲା ନାହିଁ |

Advertisement

Leave a Reply

Your email address will not be published. Required fields are marked *