Pratidin TV

Odisha's Digital News Platform

ଝଲକ୍ ଷ୍ଟେଜରେ ନିଆଁ ଲଗାଇଲା ରୁବିନାଙ୍କ ଡ୍ୟାନ୍ସ , ପିନ୍ଦିଥିଲେ ୩୧ କିଲୋ ଓଜନର ଲହେଙ୍ଗା..

1 min read

ନୂଆଦିଲ୍ଲୀ : ଟେଲି ଦୁନିଆରେ ଛୋଟି ବୋହୂ ଭୂମିକାରେ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିଣିଥିଲେ ରୁବିନା । ଏହାପରେ କଲର୍ସର ଲୋକପ୍ରିୟ ସିରିଏଲ ଶକ୍ତି – ଜଣେ କିନ୍ନରର କାହାଣୀରେ ସମାଜକୁ ଏକ ଭିନ୍ନ ବାର୍ତ୍ତା ସହ ପ୍ରେରଣା ବନିଯାଇଥିଲେ ରୁବିନା । ନିକଟରେ ‘ବିଗ୍ ବସ୍’ ଓ ‘ଖତ୍ରୋଁ କେ ଖିଲାଡ଼ି’ ପରେ ‘ଝଲକ୍ ଦିଖ୍ଲା ଯା-୧୦’ରେ ଦମ୍ଦାର ପ୍ରଦର୍ଶନ କରୁଛନ୍ତି ରୁବିନା ଦଲାଇକ। ଝଲକ୍ର ସେ ଜଣେ ପ୍ରଭାବଶାଳୀ ପ୍ରତିଯୋଗୀ। ପ୍ରତି ସପ୍ତାହରେ ନିଜର ଦମ୍ଦାର ପ୍ରଦର୍ଶନ ଜରିଆରେ ବିଚାରକ ଓ ଫ୍ୟାନ୍ଙ୍କୁ ସର୍ପ୍ରାଇଜ୍ ଦେଉଛନ୍ତି। ଏଥର ବି ମଞ୍ଚରେ ନିଆଁ ଲଗାଇବାକୁ ପୂରା ପ୍ରସ୍ତୁତ । ଝଲକ୍ ଦିଖଲା ଯା-୧୦ର ଅପ୍କମିଙ୍ଗ ଏପିସୋଡ୍ରେ ରୁବିନାଙ୍କ ନୃତ୍ୟ ଦେଖିବାକୁ ଫ୍ୟାନ୍ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ରୁବିନା ଶୋ’ରେ ଏକ ଚ୍ୟାଲେଞ୍ଜିଂ ଓ ଦମ୍ଦାର ପ୍ରଦର୍ଶନ ଦେବାକୁ ଯାଉଛନ୍ତି । ଏହା ପୂର୍ବରୁ ଇନ୍ଷ୍ଟାଗ୍ରାମ୍ରେ ଘାଘରା-ଚୋଲିର କିଛି ଫଟୋ ସେ ଶେୟାର କରିଛନ୍ତି । ଫଟୋରେ ସେ ମୁଣ୍ଡରେ ମାଠିଆ ରଖିଥିବା ନଜର ଆସିଛନ୍ତି । ମାଠିଆରେ ନିଆଁ ଜଳୁଥିବାର ଦୃଶ୍ୟ ସାଙ୍ଗକୁ ପାଦ ତଳେ କଣ୍ଟା ଦେଖିବାକୁ ମିଳିଛି। ଏ ସବୁ ଫ୍ୟାନ୍ଙ୍କୁ ଚକିତ କରିଛି । ଜାଣି ଆଶ୍ଚର‌୍ୟ୍ୟ ହେବେ, ରୁବିନା ୩୧ କିଲୋର ଘାଘରା ପିନ୍ଧି ନୃତ୍ୟ କରିଛନ୍ତି । ସେତିକି ନୁହେଁ, ତାଙ୍କ ପାଦ ତଳେ ୫୦୦ କଣ୍ଟା ମଧ୍ୟ ବିଛାଯାଇଛି ।

Advertisement

ଏହି ନୃତ୍ୟ କଷ୍ଟକର ଲାଗୁଛି, କିନ୍ତୁ ସେ ବେଶ ଉତ୍ସାହ ଓ ଆନନ୍ଦରେ ଏହାକୁ ମଞ୍ଚରେ ପ୍ରଦର୍ଶନ କରୁଥିବା ନଜର ଆସିବେ ।ତେବେ ରୁବିନାଙ୍କର ଏହି ପରଫୋମାନ୍ସକୁ ନେଇ ତାଙ୍କ ପ୍ରସଂସକ ଚିନ୍ତାପ୍ରକଟ କରିଛନ୍ତି । କିନ୍ତୁ ପ୍ରଥମ ଦିନରୁ ହିଂ ରୁବିନା ନିଜର ଦମଦାର ଡ୍ୟାନ୍ସରେ ଦର୍ଶକଙ୍କ ସହ ଜଜ୍ ମାନଙ୍କ ମନକୁ ମଧ୍ୟ କିଣିନେଇଛନ୍ତି ସେ । ଏନେଇ ବିଚାରମଣ୍ଡଳୀରେ ଥିବା କରଣ ଜୋହର,ମାଧୁରୀ ଦୀକ୍ଷିତ୍ ଏବଂ ନୋରା ଫତେହି ତାଙ୍କୁ ଏକ୍ସପ୍ରେସନ କୁଇନର ଟାଇଟଲ ଦେଇଛନ୍ତି । ତେବେ ରୁବିନାଙ୍କର ଡ୍ୟାନ୍ସ ପ୍ରତି ଏପରି ଆଗ୍ରହ , ଭଲପାଇବା ଏବଂ ସମର୍ପଣ ଦେଖି ସେ ଏହି ସଜିନିର୍ ବିଜେତା ହେବେ ବୋଲି ଦର୍ଶକମାନେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *