ବିବାହର ପାଞ୍ଚବର୍ଷ ପରେ ମା’ ହେବେ ରୁବିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ…
1 min read
ମା’ ହେବେ ରୁବିନା ଦିଲୈକ । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସକ ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । କାରଣ ରୁବିନା ପାଞ୍ଚବର୍ଷ ତଳେ ବିବାହ କରିଥିଲେ ମଧ୍ୟ ତାଙ୍କ କୋଳରେ ସନ୍ତାନ ନଥିଲା । କିନ୍ତୁ ଏବେ ସେ ମା’ ହେବା ନେଇ ତାଙ୍କର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ରୁବିନା ୪ ମାସର ଗର୍ଭବତୀ ଥିବା ଜଣାପଡିଛି । ରୁବିନାଙ୍କର ଏହି ପୋଷ୍ଟ ପରେ ପ୍ରଶଂସକ ମାନେ କମେଣ୍ଟ୍ ଦେବା ଆରମ୍ଭ କରିଛନ୍ତି । ଏବଂ ସେ ମା’ ହେବାକୁ ଯାଉଥିବା ଖୁସିରେ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ରୁବିନା କମ୍ ବୟସରୁ ଅଭିନୟ ଜଗତରେ ପାଦ ଥାପି ଥିଲେ । ପ୍ରଥମେ ଏକ ହିନ୍ଦୀ ଧାରାବାହିକରେ ଛୋଟି ବୋହୂ ଚରିତ୍ରରେ ଅଭିନୟ କରିଥିଲେ । ପରେ ରୁବିନା ଦିଲୈକ ୨୦୨୦ ରେ ବିଗ୍ବସର ବିଜେତା ମଧ୍ୟ ହୋଇଥିିଲେ । ଶୋ’ ଜିତିବା ପରେ ରୁବିନାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ତେବେ ରୁବିନା ୨୦୧୮ ଜୁନ ୨୧ ରେ ପ୍ରେମିକ ଅଭିନବଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ସନ୍ତାନ ପାଇଁ ଯୋଜନା କରିନଥିଲେ । ଏବେ ରୁବିନା ଏବଂ ଅଭିନବ ତାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ବେଶ ଖୁସି ଅଛନ୍ତି । ଏଥିପାଇଁ ସେ କିଛି ଟିଭି ‘ଶୋ’ ଅଫରକୁ ହାତ ଛଡା କରିଛନ୍ତି । ଅନ୍ୟପଟେ ଏହି ଖୁସି ଖବରକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ରୁବିନା ନିଜର ବେବି ବମ୍ପ୍କୁ ଫ୍ଲଣ୍ଟ୍ କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ନିଜର ସାଙ୍ଗ ସାଥି ମାନଙ୍କୁ ସମୟ ଦେଇ ନିଜ ଜୀବନର ଏହି ପର୍ଯ୍ୟାୟକୁ ସେମାନେ ଖୁବ୍ ଉପେଭାଗ କରିଛନ୍ତି ।