Pratidin TV

Odisha's Digital News Platform

ପ୍ରଶ୍ନକାଳରେ ଉଠିଲା ରୁଚିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ସିବିଆଇ ତଦନ୍ତ ଦାବି କଲା ବିଜେପି

1 min read

ଭୁବନେଶ୍ଵର : ବିଧାନସଭାର ଶୂନ୍ୟକାଳରେ ଉଠିଲା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ। ସିବିଆଇ ତଦନ୍ତ ଦାବି କଲା ବିଜେପି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ସ୍ପର୍ଶକାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପରାଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷାଅନୁଷ୍ଠାନ ମରଣଯନ୍ତା ପାଲଟିଛି । କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଂ ହେଉଛି । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ତାଙ୍କ ଉପରେ ଆକ୍ସନ ନିଆଯାଉ ।

ମୋହନ ମାଝୀ ପୁଣି କହିଛନ୍ତି ଯେ, ୨୦୨୧-୨୨ରେ ଓଡ଼ିଶାରୁ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ୍ ବସି ଯାଇଛନ୍ତି । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ୫ବର୍ଷରେ ୩ ହଜାର ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ରାଗିଂକୁ ରୋକିବା ପାଇଁ ସ୍ୱତନ୍ତ୍ର ନୂଆ କଡ଼ା ଆଇନ ଆଣିବେ କି ରାଜ୍ୟ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *