Pratidin TV

Odisha's Digital News Platform

ଜାଣନ୍ତୁ ରୁଦ୍ରାକ୍ଷର ଉତ୍ପତ୍ତି ସ୍ଥଳ, କିଭଳି ଏବଂ କିପରି କରିବେ ଧାରଣ..

1 min read

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ତ୍ୱ ରହିଛି । ରାଶି ଗ୍ରହ ନକ୍ଷେତ୍ର ପାଇଁ ଲୋକମାନେ ରୁଦ୍ରାକ୍ଷ ପିନ୍ଧି ଥାନ୍ତି । କିଏ ଏହାକୁ ବେକର ତ କିଏ ହାତରେ ପିନ୍ଧନ୍ତି । ନିଜ ଦୋଷ କାଟିବା ପାଇଁ କିମ୍ବା ବାରମ୍ବାର ନିଜ ଉପରକୁ ଆସୁଥିବା ବିପଦରୁ ରକ୍ଷା ପାଇବା ପାଇଁ ରୁଦ୍ରାକ୍ଷ ପିନ୍ଧା ଯାଏ । ତେବେ ଆପଣ ଜାଣିଛନ୍ତି କି କେବେ ଏବଂ କିଭଳି ଭାବେ ରୁଦ୍ରାକ୍ଷର ଜନ୍ମ ହୋଇଥିଲା । ଆସନ୍ତୁ ଜାଣିବା । ଏହାର ଉତ୍ପତ୍ତି ଭଗବାନ ଶିବଙ୍କ ଲୁହରୁ ହୋଇଛି ବୋଲି ବିଶ୍ୱାସ ରହିଛି । ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ସବୁ କଷ୍ଟ ନାଶା ହୋଇଥାଏ । ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ବିଶେଷ ନିୟମ ମଧ୍ୟ ରହିଛି । ତେବେ ରୁଦ୍ରାକ୍ଷ ପିନ୍ଧିବା ବେଳେ ଅସାବଧାନତା ବହୁତ ମହଙ୍ଗା ପଡିପାରେ । ରୁଦ୍ରାକ୍ଷ ଯଦି ଭୁଲ ପିନ୍ଧନ୍ତି ତେବେ ଦେବଙ୍କ ଦେବତା ମହାଦେବଙ୍କୁ କ୍ରେଧିତ କରିପାରେ । ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ । ଏମିତି କି ରୁଦ୍ରାକ୍ଷ ପିନ୍ଧିବାର ଭଲ ଦିନ ସୋମବାର ହୋଇଥାଏ । ତେବେ ରୁଦ୍ରାକ୍ଷରେ ୨୭ଟି ଗଣ୍ଠି ପକାଇ ଧାରଣ କରନ୍ତୁ । ଶାସ୍ତ୍ରରେ କୁହାଯାଇଛି ଯେ ରୁଦ୍ରାକ୍ଷ ସିଧା କିଣିକି ପିନ୍ଧିବା ଉଚିତ ନୁହେଁ ।ଏହାକୁ ବଜାରରୁ କିଣିବା ପରେ ମାଳକୁ ନାଲି ରଙ୍ଗର ଏକ କପଡାରେ ବାନ୍ଧିବା ଦ୍ୱାରା ଆଣଙ୍କ ଦୁଃଖ ଦୁର ହୋଇଥାଏ ।
ତେବେ କିଭଳି ଧାରଣ କରିବେ ରୁଦ୍ରାକ୍ଷ ?

ପିନ୍ଧିବା ପୂର୍ବରୁ ଏହାକୁ ମହାଦେବଙ୍କ ନିକଟରେ ପ୍ରଥମେ ପୂଜା କରନ୍ତୁ । ଏହା ପରେ ଶିବଙ୍କ ମନ୍ତ୍ର ଜପ କରନ୍ତୁ । ହାତରେ କିଛି ଗଙ୍ଗା ଜଳ ନେଇ ସଂକଳ୍ପ କରି ପ୍ରଥମେ ରୂଦ୍ରାକ୍ଷ ମାଳକୁ ଧୋଇ ଦିଅନ୍ତୁ । ସବୁଠାରୁ ମୁଖ୍ୟ କଥା ବେକରେ କିମ୍ବା ହାତରେ ରୁଦ୍ରାକ୍ଷ ଧାରଣା କରିବା ଆଗରୁ ସ୍ନାନ କରନ୍ତୁ । ଏହିସବୁ ନିୟମ ମାନିବା ବଧ୍ୟତାମୂଳକ ଅଟେ ।

Advertisement

Leave a Reply

Your email address will not be published. Required fields are marked *