Pratidin TV

Odisha's Digital News Platform

ହଠାତ୍ ରାସ୍ତା ମଝିରେ ଜଳିଉଠିଲା ଚଳନ୍ତି କାର , ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

1 min read

ଝାରଖଣ୍ଡ : ଏକ ଫିଲ୍ମ ସିନ୍ ପରି ହଠାତ୍ ରାଜରାସ୍ତାରେ ଚଳନ୍ତା କାରରେ ଲାଗିଯାଇଥିଲା ନିଆଁ । କେହି କିଛି ଜାଣିବା ବୁଝିବା ପୂର୍ବରୁ କାରଟି ରାସ୍ତା ଉପରେ ହୁ ହୁ ହୋଇ ଜଳିଥିଲା ।

ଆଜି ଏପରି ଏକ ଅଭାବନୀୟ ଘଟଣା ୧୪୩ ନମ୍ୱର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଘଟଣାଟି ଝାରଖଣ୍ଡର ଅଟେ । ଝାରଖଣ୍ଡ ରାଜ୍ୟ ସିମଡେଗା ତୁଷାର ଶର୍ମା ନିଜେ କାର୍ ଚଲାଇ ରାଉରକେଲା ଅଭିମୁଖେ ଯାଉଥିଲେ। ସାଥୀରେ ଥିରେ ତାଙ୍କ ବାପା ବଜରଙ୍ଗଲାଲ ଶର୍ମା। ତେବେ ୧୪୩ ନମ୍ୱର ଜାତୀୟ ରାଜପଥର ରାମ ପାଲ ଶିବ ମନ୍ଦିର ନିକଟରେ ହଠାତ୍ କାରରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ନିଆଁ ବ୍ୟାପୁଥିଲା। ଏହା ତୁଷାରଙ୍କ ନଜରକୁ କ୍ଷଣି ସେ ତୁରନ୍ତ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ କାରଭିତରୁ ନିଜେ ବାହରକୁ ଆସି , ବାପାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲେ ।

Advertisement

କାରଟିକୁ ରାଜରାସ୍ତରେ ହୁତୁ ହୁତୁ ହୋଇ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବୀରମିତ୍ରପୁର ଥାନା ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ କାର୍ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ତେବେ କେଉଁ କାରଣରୁ କାରରେ ନିଆଁ ଲଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *