Pratidin TV

Odisha's Digital News Platform

ଝିଅ ପାଇଁ ସାଜିଲେ ସ୍ୱାବଲମ୍ବୀ : ଗାଈ କିଣି ବର୍ଷକୁ ଇନକମ୍ କଲେ ୨ କୋଟି

1 min read

ନୂଆଦିଲ୍ଲୀ : ରୁପାଲୀ କାକଡେ ନାମକ ଜଣେ ମହିଳା ଦିନେ ନିଜ ଝିଅର ସ୍ୱାସ୍ଥ୍ୟ ପାଇଁ ଚିନ୍ତାକରି କିଣିଥିଲେ ଗାଈ । ଉଦେଶ୍ୟ ଥିଲା ଶୁଦ୍ଧ ଦେଶୀ ଗାଈ କ୍ଷୀରର ଆବଶ୍ୟକତା ପୂରଣ କରିବା । ଏଥିପାଇଁ ସେ ଲାଲ କାନ୍ଦାହାର ପ୍ରଜାତିର ଗାଈ ଆଣି ପ୍ରତିପାଳିତ କରିଥିଲେ । ନିଜେ ଏଥିରୁ ଲାଭବାନ ହେବାରୁ ସେ ଏହାକୁ ନେଇ ଏକ ବ୍ୟବସାୟିକ ଯୋଜନା ତିଆରି କଲେ ଓ ପୁନେ ଠାରୁ ୪୦ କିଲୋମିଟର ଦୂର ଏକ ଜାଗାରେ ଆରମ୍ଭ କଲେ ନିଜସ୍ୱ ବ୍ରାଣ୍ଡ ‘ସତରେ ଦେଶୀ’ ।

Advertisement

ରୁପାଲୀ ୨୦୧୬ରେ ରହୁଥିଲେ ପୁନେରେ । ତାଙ୍କର ୫ବର୍ଷର ଝିଅ ବାରମ୍ବାର ରୋଗରେ ପଡୁଥିଲା । କିଛି ପରୀକ୍ଷାପରେ ଡାକ୍ତର କ୍ଷୀରରେ ଆଲର୍ଜି ଥିବା ଦର୍ଶାଇଥିଲେ । ରୁପାଲୀ ନିଶ୍ଚିତ ହୋଇଗଲେ ଯେ ସେ ଝିଅକୁ ଦେଉଥିବା ଦୁଗ୍ଧଜାତୀୟ ଦ୍ରବ୍ୟ ପ୍ରଦୂଷିତ କାରଣରୁ ଏଭଳି ହେଉଛି । ସମ୍ପର୍କୀୟ ମାନଙ୍କ ପରାମର୍ଶ କ୍ରମେ ସେ ଗୋଟିଏ ଉନ୍ନତ ପ୍ରଜାତିର ଗାଈ ଆଣି ଘରେ ରଖିଲେ ଓ ଶୁଦ୍ଧ ତଥା ତାଜା ଦୁଗ୍ଦ ସଂଗ୍ରହ କରି ବ୍ୟବହାର କଲେ । କିଛି ମାସ ପରେ ସେ ପଡିଗଲେ ଗୋପାଳନ ନିଶାରେ । ସ୍ୱାମୀଙ୍କ ପରାମର୍ଶକ୍ରମେ ଟ୍ରୁଲି ଦେଶୀ ନାଁରେ ଆରମ୍ଭ କଲେ ଗୋପାଳନ ସାଙ୍ଗକୁ ଦୁଗ୍ଧଜାତୀୟ ଦ୍ରବ୍ୟର ବଡ଼ ବ୍ୟବସାୟ ।

ରୁପାଲୀ ଓ ତାଙ୍କ ସ୍ୱାମୀ ମିଶି ଏବେ ୮୦୦ ଗାଈଙ୍କୁ ସମ୍ଭାଳୁଛନ୍ତି । ସେମାନଙ୍କ ଖାଦ୍ୟ ,ସ୍ୱାସ୍ଥ୍ୟ ଓ ଯତ୍ନ ନେବାକୁ ୬୦ଜଣ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି ଓ ପ୍ରକ୍ରିୟାକରଣ ପାଇଁ ୪୦ଜଣ ଏଭଳି ମୋଟ ୧୦୦ ଜଣ କର୍ମଚାରୀଙ୍କୁ କରିଛନ୍ତି ନିୟୋଜନ । କ୍ଷୀର ,ଖୁଆ ,ଛେନା ,ଲହୁଣୀ ,ପନିର ଓ ଦହି ପ୍ରସ୍ତୁତ ହେବା ସହିତ ବିକ୍ରୟର ବ୍ୟବସ୍ଥା କରାଯାଇଛି । ଏଥିରୁ ବାର୍ଷିକ ୨କୋଟି ଟଙ୍କା କାରବାର ହେଉଥିବା ବେଳେ ସବୁ ଖର୍ଚ୍ଚ ଯାଇ ବର୍ଷକୁ ୨୫ ଲକ୍ଷ ଟଙ୍କା ଲାଭ ମିଳୁଥିବା କହନ୍ତି ରୁପାଲୀ । ସାଧାରଣ ଜଣେ ସ୍କୁଲ ଶିକ୍ଷୟତ୍ରୀରୁ ୧୦୦ ଜଣଙ୍କ ନିଯୁକ୍ତି ଦାତା ହେବା ପଛରେ ରହିଛି ତାଙ୍କର ଧର୍ଯ୍ୟ,ସାହସ ଓ ଲକ୍ଷ ପ୍ରତି ଅଙ୍ଗିକାରବଦ୍ଧତା ।

Leave a Reply

Your email address will not be published. Required fields are marked *