ଡଲାର ତୁଳନାରେ ଖସିଲା ଟଙ୍କାର ମୂଲ୍ୟ
1 min readମୁମ୍ବାଇ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନ ୭୯.୦୩କୁ ଖସି ଆସିଛି ।ବୁଧବାର ୧୮ ପଇସାର ହ୍ରାସ ଘଟି ଏହା ୭୯.୦୩ (ଅସ୍ଥାୟୀ)ରେକର୍ଡ ନିମ୍ନସ୍ତରରେ ବନ୍ଦ ହୋଇଛି । କ୍ରମାଗତ ବିଦେଶୀ ପୁଞି ବହିର୍ଗମନ ,ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଦ୍ୱାରା ପ୍ରଭାବିତ ହେବା ଫଳରେ ଏହି ହ୍ରାସ ଘଟିଛି । ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ବୁଧବାର ଟଙ୍କା ଗ୍ରିନବ୍ୟାକ୍ ବିରୁଦ୍ଧରେ ୭୮.୮୬ରେ ଖୋଲିଥିଲା ଏବଂ କାରବାର ଶେଷରେ ଏହା ୭୯.୦୩ ରେ ସ୍ଥିର ହୋଇଥିଲା । ଭାରତୀୟ ଟଙ୍କା ଏହାର ପୂର୍ବ ରେକର୍ଡ ତୁଳନାରେ ୧୮ ପଇସା ହ୍ରାସ ପାଇଥିଲା ।