Pratidin TV

Odisha's Digital News Platform

ଗିରଫ ପରେ ୬ ଦିନ ପାଇଁ ଗଲେ ରିମାଣ୍ତରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ..

ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଗିରଫ ହେଲେ ଝାଡଖଣ୍ଡର  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମ । ଅର୍ଥହେରଫେର ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା  ା ଆଜି କୋର୍ଟ ତାଙ୍କୁ ୬ ଦିନିଆ ରିମାଣ୍ଡରେ ପଠାଇଛି । ତାଙ୍କ ସହାୟକଙ୍କ ଘରୁ ନଗଦ ଟଙ୍କା ଜବତ ହେବା ପରେ ବୁଧବାର ଇଡି ଆଲମଗିରି ଆଲମଙ୍କୁ ଗିରଫ କରିଛି ।

କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ରିମାଣ୍ଡରେ ନେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମେ ୬ ତାରିଖରେ ଇଡି ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ କୁମାର ଲାଲ ଏବଂ ଘରୋଇ ସହାୟକ ଜାହାଙ୍ଗୀର ଆଲାମ ଙ୍କ ଘରେ ଚଢାଉ କରିଥିଲା । ଯେଉଁ ଥିରେ ୩୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଇଡି । ଏହି ରେଡ୍ ପରେ ସଞ୍ଜୀବ କୁମାର ଲାଲ ଏବଂ ଆଲମଗିରି ଆଲମଙ୍କୁ ଗିରଫ କରିଛି ଇଡି ।

Leave a Reply

Your email address will not be published. Required fields are marked *