ୟୁକ୍ରେନ୍ ଉପରେ ହାଇପର-ସୋନିକ କିଞ୍ଜଲ ମିସାଇଲ ମାଡ କଲା ଋଷ୍ , ୩୧ ମୃତ ..
1 min readଥମିବାର ନା ନେଉନି ଋଷ୍-ୟୁକ୍ରେନ୍ ଯୁଦ୍ଧ । ସୋମବାର ୟୁକ୍ରେନର ରାଜଧାନୀ କୀଭ୍ରେ ହାଇପର ସୁପର ସୋନିକ ମିସାଇଲ ମାଡ କରିଛି ଋଷ୍ । କିଭ୍ର ୫ ରୁ ଉର୍ଦ୍ଦ ସ୍ଥାନ ଧ୍ୱସଂ ହୋଇଯାଇଛି । ଶିଶୁ ଚିକିତ୍ସାଳୟ ସହ କ୍ୟାନ୍ସର ଚିକିତ୍ସାଳୟ ଉପରେ ମଧ୍ୟ ଏହି ମିସାଇଲ ପଡିଛି । ଫଳରେ ୩୧ ରୁ ଉର୍ଦ୍ଦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ଏନେଇ ୟୁକ୍ରେନ ରାଷ୍ଟ୍ରପତି ଜେନେଲସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ କିଭ୍ରେ ୪୦ ରୁ ଅଧିକ ମିସାଇଲ ମାଡ ହୋଇଛି । ଯାହାଫଳରେ କିଭ୍ ର ଅନେକ ଚିକିତ୍ସାଳୟ ସହ ବଡ ବଡ ଅଟ୍ଟାଳିକା ମାଟିରେ ମିଶିଛି ।
କିଛିଦିନ ଶାନ୍ତ ରହିବା ପରେ ଋଷ୍ ପୁଣି ତାର ରୁଦ୍ର ରୂପ ଦେଖାଇଛି । ଯାହା ପୁରା ବିଶ୍ୱରେ ଆଲୋଡନା ସୃଷ୍ଟି କରିଛି । ନିଜର ସବୁଠୁ ଶକ୍ତିସାଳି ମିସାଇଲ ହାଇପର ସୁପର ସୋନିକକୁ ଛାଡିଛିା ଋଷ୍ । ଯାହା ସାଧାରଣ ମିସାଇଲ ଠାରୁ ୧୦ ଗୁଣା ଅଧିକ ବେଗରେ ଗତି କରିଥାଏ । ଆଉ ଏହାକୁ ଅଟକାଇବା ମୁସ୍କିଲ , ଏହି ମିସାଇଲ ପଡିବାର ଅନେକ ସମୟ ଯାଏଁ ସେହି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥାଏ ।