Pratidin TV

Odisha's Digital News Platform

ଋଷ୍‌କୁ ବଡ ଝଟ୍‌କା : FATF ରଦ୍ଦ କଲା ଋଷର ସଦସ୍ୟତା…

1 min read

ନୂଆଦିଲ୍ଲୀ : ଋଷକୁ ଲାଗିଲା ଝଟକା । ଋଷର ସଦସ୍ୟତା ରଦ୍ଦ କଲା ଏଫ୍‌ଏଟିଏଫ । ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ବର୍ଷେ ପୂରିଛି । ଇତିମଧ୍ୟରେ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ ରୁଷିଆକୁ ଏକ ବଡ଼ ଝଟ୍‌କା ଦେଇଛି । ଏଫ୍ ଏ ଟିଏଫ୍ ରୁଷିଆର ସଦସ୍ୟତାକୁ ରଦ୍ଦ କରିଥିବା ଜଣାପଡ଼ିଛି । ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁ ଏହା ରଦ୍ଦ କରାଯାଇଛି । ଶୁକ୍ରବାର ପ୍ୟାରିସରେ ଆୟୋଜିତ ଏଫ୍‌ଏଟିଏଫ୍‌ର ଏକ ବୈଠକ ପରେ ଏକ ବିବୃତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି।

Advertisement

ଏଥିରେ କୁହାଯାଇଛି ଯେ, ରୁଷିଆର କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ମୌଳିକ ନୀତି ବିରୋଧରେ । ଅନ୍ୟପଟେ ଏଫ୍‌ଏଟିଏଫ୍‌ର ଉଦ୍ଦେଶ୍ୟ ବିଶ୍ୱ ଆର୍ଥିକ ପ୍ରଣାଳୀର ସୁରକ୍ଷା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ବୋଲି ଉକ୍ତ ବିବୃତିରେ କୁହାଯାଇଛି । ଏଫ୍‌ଏଟିଏଫ୍ ୟୁକ୍ରେନବାସୀଙ୍କ ପ୍ରତି ନିଜର ଗଭୀର ସହାନୁଭୂତିକୁ ଜଣାଉଛି । ତେବେ ଯୁଦ୍ଧ କାରଣରୁ ଜୀବନହାନୀ ଏବଂ ବିନାଶକୁ ମଧ୍ୟ ଏଫ୍‌ଏଟିଏଫ୍ ନିନ୍ଦା କରିଛି । ଏଥିସହ ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଉପରେ ନଜର ରଖୁଥିବା ସଂସ୍ଥା ଏଫ୍‌ଏଟିଏଫ୍‌, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ କଡ଼ା ନିନ୍ଦା କରିଛି । FATF କହିଛି, ଋଷର କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ FATFର ମୂଳ ନୀତି ବିରୁଦ୍ଧ ଅଟେ । ସର୍ବଭାରତୀୟ ବ୍ୟବସ୍ଥାର ସୁରକ୍ଷା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବାକୁ FATF ଲକ୍ଷ୍ୟ ରଖିଛି । ଆନ୍ତର୍ଜାତୀୟ ସହଯୋଗ ଏବଂ ପାରସ୍ପରିକ ପ୍ରତିବଦ୍ଧତାକୁ ୠଷ ଚରମ ଉଲ୍ଲଂଘନ କରୁଛି । ଏହି ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି FATF ରୁଷ ଫେଡେରେଶନର ସଦସ୍ୟତା ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । FATF ମାନକ କାର୍ଯ୍ୟକାରୀ କରିବା ପାଇଁ ୠଷ ଫେଡେରେସନ୍ ଦାୟୀ ଅଟେ । ଏହାସହ ଏହା କହିଛି ଯେ ଋଷ ଫେଡେରେଶନ ଏହାର ଆର୍ôଥକ ବାଧ୍ୟତାମୂଳକ ପୂରଣ ଜାରି ରଖିବା ଉଚିତ ।

ରୁଷିଆ ଫେଡେରେସନ୍ ଗ୍ଲୋବାଲ୍ ନେଟୱାର୍କର ଏକ ସଦସ୍ୟ ଭାବରେ ୟୁରାସିଆନ୍ ଗ୍ରୁପ୍ ଅନ୍ ମନି ଲଣ୍ଡରିଂ ର ସକ୍ରିୟ ସଦସ୍ୟ ଭାବରେ ଜାରି ରଖିବ ଏବଂEAGର ସଦସ୍ୟ ଭାବରେ ଏହାର ଅଧିକାର ବଜାୟ ରଖିବ । FATF ଏହା ମଧ୍ୟ କହିଛି ଯେ ପରିସ୍ଥିତି ଉପରେ ନଜର ରଖିବା ଏବଂ ଏହାର ପ୍ରତ୍ୟେକ ସାଧାରଣ ଅଧିବେଶନରେ ଏହି ପ୍ରତିବନ୍ଧକ ହଟାଇବା କିମ୍ବା ସଂଶୋଧନ କରିବାର କାରଣ ଅଛି କି ନାହିଁ ତାହା ବିଚାର କରିବ ।

Leave a Reply

Your email address will not be published. Required fields are marked *