ଗୁଗଲ୍କୁ ରୁଷ୍ର ୨୦ ଡେସିଲିଅନ୍ ଜରିମାନା: ୨ ପରେ ୩୪ଟି ଶୂନ ଥିବା ସଂଖ୍ୟା, ନ ମାନିଲେ ପ୍ରତିଦିନ ବଢିବ ରାଶି
1 min readଗୁଗଲ୍ ଉପରେ ରୁଷ୍ ଏକ ବିଶାଳ ରାଶି ଅର୍ଥାତ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ଉକ୍ତ ଜରିମାନା ରାଶି ବିଶ୍ବର ମୋଟ ଅର୍ଥନୀତିର ଆକାର ତୁଳନାରେ ଅନେକଗୁଣ ଅଧିକ ହେବ। ମୁଖ୍ୟତଃ ୟୁଟ୍ୟୁବ୍କୁ ଟାର୍ଗେଟ୍ କରି ଉକ୍ତ ଜରିମାନା ରାଶି ଲଗାଯାଇଛି। ଜରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ ଅଧିକ ପରିମାଣର ଜରିମାନା ଋଷିଆର ଗୋଟିଏ କୋର୍ଟ ଗୁଗଲ ଉପରେ ଲାଗୁ କରିଛନ୍ତି। ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।
କହିବାକୁ ଗଲେ ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲକୁ ବ୍ୟାନ କରି ଦିଆଯାଇଥିଲା। ଏହା ବିରୋଧରେ ଋଷିଆ କୋର୍ଟରେ ଗୋଟିଏ ମାମଲା ହୋଇଥିଲା। ଏହାର ଶୁଣାଣି କରି କୋର୍ଟ ଗୁଗଲ ଉପରେ ୨୦ ଡିଲିୟନ ଡଲାର ଆର୍ଥିକ ଦଣ୍ଡ ଲାଗୁ କରିଛନ୍ତି।
କୋର୍ଟ କହିଛନ୍ତି ଯେ, ୟୁଟ୍ୟୁବରେ ଋଷିଆ ସରକାରଙ୍କ ଚ୍ୟାନେଲଗୁଡ଼ିକୁ ବ୍ୟାନ କରି ଗୁଗୁଲ ଜାତୀୟ ପ୍ରସାରଣ ନିୟମକୁ ଉଲ୍ଲଂଘନ କରିଛି। ତେଣୁ ସଂସ୍ଥାକୁ ଦଣ୍ଡିତ କରାଯାଉଛି। ଏହା ବ୍ୟତୀତ ଗୁଗୁଲକୁ ଏହି ଚ୍ୟାନେଲଗୁ ପୁନଃ ପ୍ରସାରଣ କରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ଲାଟଫର୍ମ ନଅ ମାସ ମଧ୍ୟରେ ଏହି ଆଦେଶ ପାଳନ ନକରେ, ଜରିମାନା ରାଶିକୁ ପ୍ରତିଦିନ ବଢାଯିବ। ପ୍ରତିଦିନ ଗୁଗଲ ଉପରେ ୧୨୦୦ ଡଲାର ଲେଖାଏ ଜରିମାନା ଲାଗି ଚାଲିଥିବ।
ଗୁଗଲ ବିରୋଧରେ ଏହି ମାମଲା ୨୦୨୨ ମାର୍ଚ୍ଚ ମାସରେ ହୋଇଥିଲା। ୟୁଟ୍ୟୁବ ପକ୍ଷରୁ ଆରଟି ଓ ସ୍ପୁଟ୍ନିକ ସମେତ ଋଷିଆର ଅନେକ ରାଷ୍ଟ୍ରାୟତ୍ତ ଚ୍ୟାନେଲ ଉପରେ ବିଶ୍ୱବ୍ୟାପୀ ନିଷେଧାଦେଶ ଘୋଷଣା କରାଯିବା ପରେ ଋଷିଆ ମାମଲା ରୁଜୁ କରିଥିଲା। ଏବେ ଏହାର ରାୟ ସାମ୍ନାକୁ ଆସିଛି।
କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍ର ୧୭ଟି ପ୍ରସାରଣକାରୀ ସଂସ୍ଥା ସାମିଲ ହୋଇଥିଲେ। କ୍ରେମଲିନ୍ ଏହି ଜରିମାନାକୁ ମୁଖ୍ୟତଃ ଏକ ପ୍ରତୀକାତ୍ମକ ପଦକ୍ଷେପ ବୋଲି କହିଛି। ରୁଷ୍ର ପ୍ରସାରଣକାରୀଙ୍କ ବିରୋଧରେ ଏହାର କାର୍ଯ୍ୟ ସଂପର୍କରେ ପୁନଃବିଚାର କରିବା ଲାଗି ଏହା କରାଯାଇଛି ବୋଲି କ୍ରେମଲିନ୍ର ପ୍ରବକ୍ତା ଡିମିଟ୍ରି ପେସ୍କୋଭ୍ କହିଛନ୍ତି। ରୁଷ୍ ଗଣମାଧ୍ୟମ ଉପରେ ୟୁଟ୍ୟୁବ୍ର ନିଷେଧକୁ ଦେଶ କେତେ ଗମ୍ଭୀରତାର ସହ ଗ୍ରହଣ କରିଛି ତାହା ଦର୍ଶାଇବା ଏହି ଜରିମାନାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।