‘ଯଦି ଚୀନ୍ ଋଷିଆକୁ ସାହାର୍ଯ୍ୟ କରେ , ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବ’ – ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି
1 min readନୂଆଦିଲ୍ଲୀ : ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଚେତାବନୀ ଦେଲେ ରାଷ୍ଟ୍ରପତି ଜେଲେନସ୍କି । କହିଲେ ଚୀନ ରୁଷିଆ ଫେଡେରେଶନକୁ ସମର୍ଥନ ନ କରୁ । ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି । ବର୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ । ଏସବୁ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇ କହିଛନ୍ତି, ଏହି ଯୁଦ୍ଧରୁ ଚୀନ ଦୂରରେ ରହିବା ଉଚିତ୍ । ଯଦି ଚୀନ ରୁଷିଆକୁ ସାହାଯ୍ୟ କରେ ତେବେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ ।
ଜର୍ମାନ ଖବରକାଗଜ ସହ ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି, ଏହି ଯୁଦ୍ଧରେ ଚୀନ ରୁଷିଆ ଫେଡେରେଶନକୁ ସମର୍ଥନ ନ କରୁ, ଏହା ଆମ ପାଇଁ ଏହା ଅତ୍ୟନ୍ତ ଜରୁରୀ । ମୁଁ ଚାହେଁ ଯେ ସେ ଆମ ପକ୍ଷରେ ରୁହନ୍ତୁ । ତଥାପି, ଏହା ସମ୍ଭବ ନୁହେଁ ବୋଲି ମୁଁ ଭାବୁଛି । ଜେଲେନସ୍କି ଆହୁରି କହିଛନ୍ତି, ଚୀନା ଏଠାରେ କ’ଣ ଘଟୁଛି ତାହାର ମୂଲ୍ୟାଙ୍କନ ଜାରି ରଖିବା ଉଚିତ୍ । ବର୍ତମାନ ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ଘଟୁଛି କିନ୍ତୁ ଯଦି ଚୀନ ରୁଷିଆ ସହିତ ଯାଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ହେବ ଏବଂ ମୁଁ ଭାବୁଛି ଚୀନ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫେବୃଆରୀ ୨୦ରେ ୟୁକ୍ରେନ ଗସ୍ତରେ ଆସିଥିବା ବେଳେ ଜେଲେନସ୍କି ଏହି ବିବୃତି ଦେଇଛନ୍ତି । ଗତ ବର୍ଷ ଫେବୃଆରୀ ୨୪ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେବେଠାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି ।