ଯୋଗ କରୁ କରୁ ସମୁଦ୍ରରେ ଭାସିଗଲେ ଅଭିନେତ୍ରୀ , ଭିଡିଓ ହେଉଛି ଭାଇରଲ..
1 min readସମୁଦ୍ର କୂଳରେ ବସି ଯୋଗ କରୁ କରୁ ଭାସିଗଲେ ଅଭିନେତ୍ରୀ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅଭିନେତ୍ରୀ ଜଣକ ହେଉଛନ୍ତି ୨୪ ବର୍ଷିୟ ଋଷ ଅଭିନେତ୍ରୀ Kamilla Belyatskaya ।ତାଙ୍କର ମୃତ୍ୟୁ ବେଳର ଭିଡିଓ ମଧ୍ୟ ଭାଇରଲ ସାମ୍ନା କୁ ଆସିଛି । ଉଁଥିରେ ସ୍ପଷ୍ଟ ଦେଖିବା ପାଇଁ ମିଳୁଛି ଅଭିନେତ୍ରୀ ଜଣକ ଏକ ପଥର ଉପରେ ବସି ଯୋଗ କରିବା ସମୟରେ ହଠାତ୍ ଏକ ବଡ଼ ଢେଉ ଆସିଥିଲା ଯାହା ସମୁଦ୍ର ମଧ୍ୟକୁ ଅଭିନେତ୍ରୀଙ୍କୁ ଟାଣି ନେଇଥିଲା । ତେବେ ଏହି ଘଟଣା ଥାଇଲ୍ୟାଣ୍ଡର କୋହ ସାମୁଇ ଦ୍ୱୀପରେ ଘଟିଛି । କୁହାଯାଉଛି ଏହି ସମୁଦ୍ର କୂଳ ଅଭିନେତ୍ରୀଙ୍କର ଅତି ପ୍ରିୟର ଥିଲା ।
ତେଣୁ ପ୍ରାୟତଃ କମିଲା ଏହି ସ୍ଥାନକୁ ବୁଲିବାକୁ ଓ ଯୋଗ କରିବାକୁ ଆସିଥାଆନ୍ତି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲା, ଯେଉଁଥିରେ ଅଭିନେତ୍ରୀ ଏକ ନାଲି ରଙ୍ଗର କାରରେ ସେଠାରେ ପହଞ୍ଚିଥିଲେ ଏବଂ ଏକ ଯୋଗ ମ୍ୟାଟ୍ ପକାଇ ଯୋଗ କରିବା ଆରମ୍ଭ କରିଥିଲେ । କିଛି ସମୟ ପରେ ସମୁଦ୍ରର ବଡ଼ ଢେଉ ଆସି ଅଭିନେତ୍ରୀଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା । ଉଦ୍ଧାରକାରୀ ଦଳ ୧୫ ମିନିଟ ମଧ୍ୟରେ ସେଠାରେ ପହଞ୍ଚି କିନ୍ତୁ ବିପଦପୂର୍ଣ୍ଣ ଲହଡ଼ି କ୍ରମାଗତ ଆସୁଥିବାରୁ ଉଦ୍ଧାରକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ପରେ ଅଭିନେତ୍ରୀଙ୍କ ମୃତଦେହକୁ ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିଲା।