Pratidin TV

Odisha's Digital News Platform

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ…

1 min read

ହୃଦଘାତରେ ଶିକାର ହେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ନିଜ କୋଠରୀରେ ଥିବା ବେଳେ ତାଙ୍କୁ ହାର୍ଟ ଆଟାକ ହୋଇଥିଲା ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ପୁଟିନଙ୍କୁ ହାର୍ଟ ଆଟାକ ଆସିବା ସମୟରେ ସେ ତାଙ୍କ କୋଠରୀ ଚଟାଣରେ ଖସିପଡିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପାଇଁ କ୍ରେମନିଲରେ ସ୍ୱତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ରେ ଆହୁରୀ ମଧ୍ୟ କୁହାଯାଇଛି ଯେ ରାତି ପ୍ରାୟ ୯ ଟା ସମୟରେ ପୁଟିନଙ୍କ ବାସଭବନରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀମାନେ ପୁଟିନଙ୍କ କୋଠରୀରୁ ଏକ ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ଦୁଇଜଣ ସୁରକ୍ଷା କର୍ମୀ ତୁରନ୍ତ ରାଷ୍ଟ୍ରପତିଙ୍କ ଶୋଇବା ଘରକୁ ଯାଇ ପୁଟିନଙ୍କୁ ଖଟ ପାଖରେ ଚଟାଣରେ ପଡ଼ିଥିବାର ଦେଖିଲେ । ତାଙ୍କ ପାଖରେ ଥିବା ଟେବୁଲ ମଧ୍ୟ ଓଲଟି ପଡିଥିଲା । ପୁଟିନ ଚଟାଣରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବାସଭବନରେ ଡ୍ୟୁଟି କରୁଥିବା ଡାକ୍ତରମାନଙ୍କୁ ଡକାଯାଇଥିଲା । ଡାକ୍ତର ମାନେ ଆସି ତାଙ୍କର ଚିକିତ୍ସା କରିଥିଲେ ।ଯାହା ପରେ ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିଲା । ତେବେ ପୁଟିନ ଦୀର୍ଘ ଦିନରୁ ଅସୁସ୍ଥ ଥିବା ବେଳେ ବର୍ତ୍ତମାନ ସେ ହୃ୍‌ଘାତରେ ପିଡିତ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *