Pratidin TV

Odisha's Digital News Platform

ସିଏସକେକୁ ମିଳିଗଲା ଧୋନୀଙ୍କ ବିକଳ୍ପ , ଏବେ ଋତୁରାଜ ନେବେ ଦଳର ନେତୃତ୍ୱ..

1 min read

ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । ହେଲେ ଧୋନିଙ୍କୁ ଆଇପିଏଲ୍ ୨୦୨୪ ରେ ଦଳର ଅଧିନାୟକ ଭାବରେ ଦେଖିବାକୁ ମିଳିବ ନାହିଁ । କାରଣ ଏବେ ମିଲଯାଇଛି ଧୋନିଙ୍କର ଉତ୍ତରାଧିକାରୀ । ଧୋନିଙ୍କ ପରେ ଚେନ୍ନାଇ ସୁପରକିଙ୍ଗ୍ସର ମଙ୍ଗ ଧରିବେ ଋତୁରାଜ ଗାଏକ୍ୱାଡ । ଚଳିତ ଥର ଧୋନିଙ୍କ ସ୍ଥାନ ନେବେ ଋତୁରାଜ । ଚେନ୍ନାଇର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରୁତୁରାଜ ଗାଇକୱାଡଙ୍କୁ ଦଳର ଅଧିନାୟକ କରାଯାଇଛି । ଏଭଳି ପରିସ୍ଥିତିରେ ଗାଇକୱାଡଙ୍କୁ ଆଇପିଏଲ ୨୦୨୪ ରେ ଚେନ୍ନାଇର ଅଧିନାୟକ ଭାବରେ ନଜର ଆସିବେ । ଋତୁରାଜ ୨୦୧୯ ରେ ଆଇପିଏଲରେ ଚେନ୍ନାଇ ପାଇଁ ଡେବ୍ୟୁ କରିଥିଲେ ।

ସେ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୫୨ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୭୯୭ ରନ୍ ସଂଗ୍ରହ କରିଛନ୍ତି । ବିଶେଷ କଥା ହେଉଛି ଚେନ୍ନାଇରେ ଖେଳିବାବେଳେ ସେ ଏକ ଶତକୀୟ ଇନିଂସ ମଧ୍ୟ ଖେଳିଛନ୍ତି । ଆଇପିଏଲରେ ତାଙ୍କ ନାମରେ ୧୪ଟି ଅର୍ଦ୍ଧ ଶତକ ରହିଛି । ତେବେ ଏହି ସିଜିନ ଧୋନୀଙ୍କ ଶେଷ ମ୍ୟାଚ ହୋଇପାରେ । ଆଇପିଏଲକୁ ବାଏ ବାଏ କରିବେ ମାହି । ସେଥପାଇଁ ଚେନ୍ନାଇ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ଅଧିନାୟକତ୍ୱ ପ୍ରତ୍ୟାହାର କରିନେଇଛି ।

କହି ରଖୁଛୁ କି, ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୫ଥର ଚାମ୍ପିୟନ ହୋଇଛି । ନିଜ ଆଇପିଏଲ କ୍ୟାରିୟରରେ ୨୫୦ ମ୍ୟାଚ ଖେଳିଛନ୍ତି ଧୋନୀ । ୫ ହଜାରରୁ ଅଧିକ ସ୍କୋର କରିଥିବାବେଳେ ୨୪ ଅର୍ଦ୍ଧଶତକ ମଧ୍ୟ ରହିଛି । ୨୦୧୦ ପ୍ରଥମ ଚାମ୍ପିୟନ ହୋଇଥିଲା ସିଏସକେ । ଶେଷଥର ପାଇଁ ୨୦୨୩ରେ ଚାମ୍ପିୟନ ହୋଇଥିଲା ଚେନ୍ନାଇ ।

Leave a Reply

Your email address will not be published. Required fields are marked *