Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ବାଉଁଶୁଣୀ ଥାନା ଏସ୍,ଆଇ ବିକ୍ରମ କେଶରୀ ଦେହୁରୀ ।

1 min read

ବୌଦ୍ଧ : ଭିଜିଲାନ୍ସ ଜାଲରେ ପଡ଼ିଲେ ବୌଦ୍ଧ ଜିଲ୍ଲା ପୋଲିସ ବିଭାଗର ଜଣେ ଲାଞ୍ଚୁଆ ଅଧିକାରୀ । ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଅଞ୍ଚଳର କରୁଣାକର ନାଏକଙ୍କ ମଟରସାଇକେଲ କୌଣସି ଏକ ମାମଲାରେ ବାଉଁଶୁଣୀ ଥାନାରେ ଜବତ ହୋଇଥିଲା । ଏନେଇ କରୁଣାକର ଗାଡିକୁ ଛାଡିବା ପାଇ ବୌଦ୍ଧ କୋର୍ଟରେ ଆବେଦନ କରିଥିଲେ । ଗାଡିକୁ ଛାଡିବାକୁ କୋର୍ଟ ଆଦେଶ ମଧ୍ୟ ଦେଇଥିଲେ । କିନ୍ତୁ ବାଉଁଶୁଣି ଥାନାର ଏସ୍,ଆଇ ବିକ୍ରମ କେଶରୀ ଦେହୁରୀ ଗାଡିକୁ ଛାଡି ନଥିଲେ । ଓଲଟା ଲାଞ୍ଚ ମାଗୁଥିବା ନେଇ କରୁଣାକର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।

ଆଜି ଏସ୍,ଆଇ ବିକ୍ରମ କେଶରୀ ଦେହୁରୀ ୧୫ହଜାର ଟଙ୍କା ଅନଲାଇନରେ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ । ଭିଜିଲାନ୍ସ କର୍ମଚାରୀ ମାନେ ଏସଆଇ ଶ୍ରୀ ଦେହୁରୀଙ୍କୁ ବାଉଁଶୁଣୀ ଥାନାରୁ ଧରିଆଣିଛନ୍ତି । ଏନେଇ ଭଜିଲାନ୍ସ ଡିଏସପି ସୁରେଶ କହଁରଙ୍କୁ ପଚାରିବାକୁ କୋର୍ଟର ଆଦେଶ ସ୍ୱତ୍ତେ ଏସଆଇ ଗାଡି ଛାଡିବାକୁ ୧୫ ହଜାର ଟଙ୍କା ଅନଲାଇନରେ ଲାଞ୍ଚ ନେଇଥିଲେ ,ଏଣୁ ତାଙ୍କୁ ମଙ୍ଗଳବାର ଦିନ ଧରାଯାଇ ଏକ ମାମଲା ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ୨୩/୨୩ ରେ ରୁଜୁ କରାଯାଇ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି ।

Advertisement

ଏହା ସହ ଏସଆଇଙ୍କ ପୈତୃକ ବାସଭବନ ପୁରୁଣାକଟକ ଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି । ପୁର୍ବରୁ ମଧ୍ୟ ଏହି ପୋଲିସ୍ ବାବୁ ଜଣକ ବାଉଁଶୁଣି ଥାନା ଅଞ୍ଚଳରୁ ବ୍ୟାପକ ବଟି ଆଦାୟ କରୁଥିବା ଚର୍ଚ୍ଚା ଜୋର୍ ଧରିଥିଲା। ଯଦି ଏହି ପୋଲିସ୍ ଏସ୍,ଆଇ ଜଣକ ବଟି ଆଦାୟ କରୁଥିଲେ ତାହା ଥାନା ଅଧିକାରୀ ଜାଣିଥିଲେ କି ନାହିଁ, ନାଁ ଏହି ବଟିରେ ଥାନା ଅଧିକାରୀଙ୍କ ମଧ୍ୟ ଭାଗଥିଲା ତାହା ତଦନ୍ତ କଲେ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *