Pratidin TV

Odisha's Digital News Platform

ସୁଷମାଙ୍କ ପରେ ଜୟଶଙ୍କର ,ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ SCO ଶିଖର ସମ୍ମିଳନୀରେ ଦେବେ ଯୋଗ..

1 min read

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ପାଖାପାଖି ୧୦ ବର୍ଷ ପରେ ଭାରତର ଜଣେ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ ଯାଉଛନ୍ତି। ପଡ଼ୋଶୀ ଦେଶ ପାକିସ୍ତାନରେ ହେବାକୁ ଥିବା ଏସସିଓ ବୈଠକରେ ଭାରତ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ଶେଷରେ ଭାରତ ଏଥିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏସସିଓ ବୈଠକରେ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ  ଏସ୍ ଜୟଶଙ୍କର।

 ତେବେ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି।ପାଖାପାଖି ୯ ବର୍ଷ ପରେ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ପାକିସ୍ତାନ ଗସ୍ତ ହେବାକୁ ଯାଉଛି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଗସ୍ତ କରିଥିଲେ।

Advertisement

ଜୟଶଙ୍କର ୨୪ ଘଣ୍ଟାରୁ କମ୍ ସମୟ ଧରି ପାକିସ୍ତାନରେ ରହିବେ ବୋଲି ସୂଚନା ମିଳିଛି। ଅକ୍ଟୋବର ୧୫ ଓ ୧୬ ତାରିଖରେ ହେବାକୁ ଥିବା ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ (ସିଏଚଜି) ବୈଠକ ଆୟୋଜନ କରୁଛି ପାକିସ୍ତାନ ।

Leave a Reply

Your email address will not be published. Required fields are marked *