Pratidin TV

Odisha's Digital News Platform

ପାକିସ୍ତାନ ଗସ୍ତରେ ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ କରିବେ ଭୋଜନ

1 min read

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ପାଖରେ ବସି ରାତ୍ରି ଭୋଜନ କରିବେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର | ଯାହାକୁ ନେଇ ବଢ଼ିଲା ସୁରକ୍ଷା, ନଜରରେ ରହିଛି ୨ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ | ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାଗ ନେବାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ଯିବେ | ଗତ କିଛି ବର୍ଷ ଧରି ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ।

ପ୍ରାୟ ନଅ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଛନ୍ତି। କଶ୍ମୀର ପ୍ରସଙ୍ଗ ଏବଂ ପାକିସ୍ତାନରୁ ସୀମା ଆତଙ୍କବାଦକୁ ନେଇ ୨ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ରହିଛି। ଜୟଶଙ୍କର ପାକିସ୍ତାନରେ ୨୪ ଘଣ୍ଟାରୁ କମ ରହିବେ ବୋଲି ସୂଚନା ରହିଛି। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ସରିଫଙ୍କ ଦ୍ୱାରା ଆୟୋଜିତ ସ୍ବାଗତ ଭୋଜିରେ ଯୋଗଦେବେ। ଏସସିଓ ସମ୍ମିଳନୀରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଦାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନାକୁ ଉଭୟ ପକ୍ଷ ଅସ୍ବୀକାର କରିଛନ୍ତି। ଅକ୍ଟୋବର ୧୫ ଏବଂ ୧୬ରେ ପାକିସ୍ତାନ ଏସସିଓ କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚ୍‌ଜି) ବୈଠକ ଆୟୋଜନ କରୁଛି। ତେବେ ଆଜି ଓ ଆସନ୍ତାକାଲି ପାକିସ୍ଥାନ ସିଏଚଇ ବୈଠକ ଆରମ୍ଭ କରୁଛି |

Advertisement

ପାକିସ୍ତାନ ଗସ୍ତରେ ଯାଇଥିବା ଭାରତର ଶେଷ ବୈଦେଶିକ ବ୍ୟାପାର ମନ୍ତ୍ରୀ ହେଉଛନ୍ତି ସୁଷମା ସ୍ବରାଜ। ସେ ଡିସେମ୍ବର ୨୦୧୫ରେ ଇସଲାମାବାଦ ଯାତ୍ରା କରିଥିଲେ। ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବାକୁ ପାକିସ୍ତାନ ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଥିଲା।

Leave a Reply

Your email address will not be published. Required fields are marked *