Pratidin TV

Odisha's Digital News Platform

ଚନ୍ଦ୍ରଯାନ-୩ ବେଳକୁ ଲାଗୁଥିଲା ଅସୁସ୍ଥତା…..ଆଦିତ୍ୟ ଏଲ-୧ ମିଶନ ବେଳକୁ ଜଣାପଡିଲା କ୍ୟାନ୍ସର

1 min read

ଏବେ ସାରା ଦେଶରେ ବଢିଚାଲିଛି କ୍ୟାନ୍ସର ରୋଗ | ସାଧାରଣ ଲୋକ ହେଉ କି ସେଲିବ୍ରିଟି ସମସ୍ତେ ଏହି ରୋଗରେ ଏବେ ଶିକାର ହେଉଛନ୍ତି | ନିକଟରେ ଏବେ ଦୁଃଖ ଖବର ଆସିଛି | ଭାରତୀୟ ମହାକାଶ ଗବେଷଣା ସଂଗଠନର ମୁଖ୍ୟ ଏସ. ସୋମନାଥ କ୍ୟାନ୍ସରରେ ପୀଡିତ ଅଛନ୍ତି | ସେ ନିଜେ ହୋଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି | ଭାରତରେ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ ବେଳେ ଜଣାପଡିଥିଲା ରୋଗର ସ୍ପଷ୍ଟତା | କିନ୍ତୁ ସେ ଏବେ ଚିକତ୍ସା ଦ୍ୱାରା ସୁସ୍ଥ ଅଛନ୍ତି ବୋଲି କହିଛନ୍ତି |

ଇଣ୍ଟରଭ୍ୟୁରେ ମାଧ୍ୟମରେ ସୋମନାଥ ସାରା କଥାର ଖୁଲାସା କରିଥିଲେ | ସେ କହିଥିଲେ କି ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। କିନ୍ତୁ ସେତେବେଳେ ଠିକ୍‌ ଭାବେ କିଛି ଜାଣିପାରିନଥିଲେ। ତେବେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ ବେଳେ ତାଙ୍କ ରୋଗ ସ୍ପଷ୍ଟୀକରଣ ହୋଇଥିଲା | ଏହାପରେ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ଏହାକୁ କ୍ୟାନ୍ସର ବୋଲି କହିଥିଲେ | ଏହି ଖବର ପାଇବା ପରେ ପରିବାରରେ ପଡିଯାଇଥିଲା ଚିନ୍ତାର ଛାୟା |

Advertisement

ତେବେ ଯେତେବେଳେ ଟଙ୍କୁ ଅଧିକ ଅସୁସ୍ଥତା ଲାଗିଥିଲା ଡାକ୍ତରଙ୍କୁ ଦେଖାଇବା ପରେ ସେ ପେଟର ସ୍କାନିଂ କରିଥିଲେ | ଏବଂ ପେଟରେ କିଛି ବଢ଼ୁଥିବାର ନଜର ଆସିଥିଲା | ଏହାପରେ ସେ ଚେନ୍ନାଇ ଚିକତ୍ସା ପାଇଁ ଯାଇଥିଲେ | ଯେଉଁଠାରେ ତାଙ୍କୁ ହେରିଡ଼ିଟରି ରୋଗ ଥିବା ଜଣାପଡିଥିଲା | ଏହାପରେ ତାଙ୍କର ସର୍ଜରୀ ହୋଇଥିଲା | ପରେ ତାଙ୍କ କେମୋଥେରାପି ହୋଇଥିଲା | ଏବେ ସେ ଠିକ ଅଛନ୍ତି ବୋଲି କହିଥିଲେ ସୋମନାଥ | ତାଙ୍କର ଏବେ କେବଳ ଔଷଧ ଜାରି ରହିଛି | ନହଲେ ସେ ଏବେ ପରିଣ ସୁସ୍ଥ ଥିବା ନେଇ କହିଥିଲେ |

ସେ ଆହୁରି ମଧ୍ୟ କହିଥିଲେ, ଏହା ଏକ ଲମ୍ବା ପ୍ରକ୍ରିୟା। କିନ୍ତୁ ଏହି ଯୁଦ୍ଧ ମୁଁ ଲଢ଼ିବି। ପୂର୍ବାପେକ୍ଷା ଏବେ ଠିକ୍‌ ଅଛି। ମୁଁ କେବଳ ୪ ଦିନ ହସ୍ପିଟାଲରେ ଥିଲି। ବିନା କୌଣସି ଯନ୍ତ୍ରଣାରେ ୫ମ ଦିନ ମୁଁ ମୋ ଡ୍ୟୁଟିକୁ ଫେରିଛି। ଲଗାତର ମେଡିକାଲ ଚେକ୍‌ଅପ୍‌ ଓ ସ୍କାନିଂ ଚାଲିଛି। ମୁଁ ପୂରାପୁରି ସୁସ୍ଥ ଅଛି। ନିଜ କାମ ଓ ଇସ୍ରୋର ମିଶନ ଉପରେ ଧ୍ୟାନ ଦେଉଛି

Leave a Reply

Your email address will not be published. Required fields are marked *