ଚାଲିଗଲେ ଆଉ ଜଣେ ଭେଟେରାନ ଅଭିନେତ୍ରୀ,ଶୋକରେ ବୁଡିଲା ଟିଭି ଇଣ୍ଡଷ୍ଟ୍ରି…
1 min readଟିଭି ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସିରିଏଲ ‘ସାଥ ନିଭାନା ସାଥିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି । ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ନେଇ ତାଙ୍କ କୋ-ଷ୍ଟାର ଲବଲି ସସାନ ସୂଚନା ଦେଇଛନ୍ତି । ଇନ୍ଷ୍ଟାଗ୍ରାମରେ ଅପର୍ଣ୍ଣାଙ୍କ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ତାଙ୍କ ଦେହାନ୍ତ ଖବର ଦେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଅପର୍ନା କାନକରଙ୍କ ମୃତ୍ୟୁ ପରେ ‘ସାଥ ନିଭାନା ସାଥିଆ’ ସିରିଏଲର ପରିବାର ଶୋକ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆ ଜରିଆରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତିି । ତେବେ ଅପର୍ନା ସେ ‘ସାଥ ନିଭାନା ସାଥିଆ’ରେ ଜନକ ବା ଭୂମିକାରେ ନ୍ୟାୟ ପ୍ରଦାନ କରିଥିଲେ । ଯେଉଁଥିପାଇଁ ସେ ଏକ ନୂତନ ପରିଚୟ ପାଇଲେ । ସେ ୫ ବର୍ଷ ଯାଏଁ ଏହି ଶୋ’ରେ କାମ କରିଥିଲେ । ଅପର୍ଣ୍ଣା କାନେକର ସିରିଏଲର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ ପାଉଥିଲେ । ଏଭଳି ସ୍ଥିତିରେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଶକ୍ତ ଝଟ୍କା ଦେଇଛି ।