Pratidin TV

Odisha's Digital News Platform

ପୁଣି ନୂଆ ଅବତାରରେ ସବ୍ୟସାଚୀ , ପୁଷ୍କରା ପରେ ଏଥର ଓଡିଶାବାସୀଙ୍କ ପାଇଁ ସାଜିବେ ‘ରାଣ୍ଡୀ ପୁଅ ଅନନ୍ତା’

1 min read

ସବ୍ୟସାଚୀ ମିଶ୍ର ଏହି ନାଁକୁ କିଏ ନଜାଣେ । ସେ ଓଲିଉଡ୍‌ର ଚକଲେଟ୍ ବୟ ଭାବେ ବେଶ୍ ପରିଚିତ ବା ଏମିତି କହିବା ନିଜର ମଜାଳିଆ, ନଟଖଟିଆ ଆଉ କେତେବେଳେ ପାଗଳ ପ୍ରେମୀ ସାଜି ପୁରା ଓଡିଶାବାସୀଙ୍କ ମନୋରଞ୍ଜନ କରିଥାନ୍ତି । ଆଉ ହଁ ଏବେତ ସେ ଗରିବଙ୍କ ପାଇଁ ଦେବସୂତ ସାଜିଛନ୍ତି । ସେ କୋଭିଡ ସମୟ ହେଉ କି ଏବେକାର ସବୁବେଳେ ଗରିବଙ୍କ ପାଖରେ ଠିଆ ହୁଅନ୍ତି ସବ୍ୟସାଚୀ ।

ତାଙ୍କୁ ନେଇ ଏବେ ଆଉ ଏକ ଚର୍ଚ୍ଚା ସୋସିଆଲ ମିଡିଆରେ ଚହଳ ପକାଇଛି । ପୁଷ୍କରାର ହିଟ୍ ପରେ ସେ ଏବେ ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବଳିଷ୍ଠ କାହାଣୀ ଉପରେ ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

Advertisement

https://www.facebook.com/reel/2738010383051981

ଆଉ ଏକଥା ନିଜେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ନିଜ ପ୍ରଶଂସକମାନଙ୍କ ପାଖରେ ପହଞ୍ଚାଇଛନ୍ତି । ହଁ ଏହି ଚରିତ୍ର ପାଇଁ ସବ୍ୟ ଖୁବ୍ ପରିଶ୍ରମ କରିଛନ୍ତି । ତାହାବି ଆମେ ଆପଣଙ୍କୁ ଦେଖେଇବୁ କେମିତି । ଏହି ଫିଲ୍ମ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ୧୦୦ କେଜି ଓଜନ କରିବାକୁ କହିଥିଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଏଥିରେ ରାଜି ହୋଇଥିଲେ ସବ୍ୟସାଚୀ। ଆଉ ତା’ପରେ ସବ୍ୟ ନିଜର ଓଜନ ବଢ଼ାଇବାରେ ଲାଗିଲେ। ସବ୍ୟଙ୍କ ଓଜନ ଥିଲା ୭୫ କେଜି। ହେଲେ ଗତ ୨୬ ତାରିଖରେ ପୋଷ୍ଟ କରିଥିବା ଭିଡିଓରେ ସବ୍ୟ ନିଜର ଓଜନ ୯୭.୩୫ କେଜି ହୋଇଥିବା ଦେଖାଇଥିଲେ। 

Leave a Reply

Your email address will not be published. Required fields are marked *